ଶ୍ରମିକଙ୍କ ସହ ମିଶି କାମ କଲେ ବିଡିଓ : ଲୋକେ କାମ କରୁଥିବା ଜାଗାକୁ ଯାଇ ମାଟି ହାଣିବା ସହ ମୁଣ୍ଡକୁ ଉଠାଇଲେ ଝୁଡ଼ି

225

କନକ ବ୍ୟୁରୋ : ଶ୍ରମିକଙ୍କ ସହ କାମ କଲେ ବିଡିଓ । ଶ୍ରମିକ ମାନଙ୍କୁ କାମରେ ଉତ୍ସାହିତ କରିବାକୁ ଶ୍ରମିକଙ୍କ ସହ ସାମିଲ ହୋଇ ନିଜେ ମାଟି ହାଣି ମୁଣ୍ଡରେ ଉଠାଇଲେ ବିଡ଼ିଓ । ସମ୍ବଲପୁର ଯୁଯୁମରା ବ୍ଲକ ବିଡିଓ ନୀଳାମ୍ବର ମହାନନ୍ଦଙ୍କ ଏହି ନିଆରା ପ୍ରୟାସ ଦେଖିବାକୁ ମିଳିଛି । ପ୍ରତିଦିନ କାମ କରୁଥିବା ଏହି ଶ୍ରମିକ ମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଯାହା ସମସ୍ତଙ୍କ ଆଗୋଚରରେ ରହିଯାଉଥିଲା । ହେଲେ ଏବେ ସେମାନ କାମ କରୁଥିବା ଜାଗାରେ ନିଜେ ପହଞ୍ଚି କାମ ତଦାରଖ କରିବା ସହିତ ଶ୍ରମିକଙ୍କ ସହିତ ନିଜେ କାମ କରିଛନ୍ତି ବିଡ଼ିଓ ।

ମନରେଗା ଯୋଜନାରେ ପୋଖରୀ କାମ ଚାଲିଥିବା ବେଳେ ବିଡିଓଙ୍କ ଉପସ୍ଥିତି ନେଇ ଶ୍ରମିକ ମାନେ ବି ଖୁସି ଜାହିର କରିବା ସହିତ ନିଜ ସମସ୍ୟା ଜଣାଇଥିଲେ । ସେମାନଙ୍କର ପାରିଶ୍ରମିକ ସହ ଅନ୍ରାନ ସମସ୍ୟା ଖୁବଶୀଘ୍ର ସମାଧାନ କରିବାକୁ ବିଡିଓ ପ୍ରତିଶ୍ରୁତି ଦେଇଥିଲେ । ତେବେ ଗାଁ ଗହଳିରେ ଦାଦନ ସମସ୍ୟା ରୋକିବା ସହ ରୋଜଗାର ସୃଷ୍ଟି କରିବା ଲକ୍ଷ୍ୟ ନେଇ ଏହି ପ୍ରୟାସ କରିଛନ୍ତି ବିଡିଓନୀଳାମ୍ବର ମହାନନ୍ଦ । ଆଉ ତାଙ୍କର ଏହି ପ୍ରୟାସକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।