ଆଜି ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି : ସୁସଜ୍ଜିତ ରଥରେ ମଦନମୋହନ ଶ୍ରୀମନ୍ଦିର ବେଢ଼ା କରିବେ ପରିକ୍ରମା

175

କନକ ବ୍ୟୁରୋ : ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି ଅନୁଷ୍ଠିତ ହେବ । ଶ୍ରୀମନ୍ଦିରରେ ସଂଧ୍ୟାଧୂପ ନୀତି ଶେଷ ହେବା ପରେ ଆଜ୍ଞାମାଳ ପାଇ ମଦନମୋହନ ଖଟ ଉପରକୁ ବିଜେ କରିବାର ରହିଛି ପରମ୍ପରା । ଶ୍ରୀମନ୍ଦିର ଜୟବିଜୟ ଦ୍ୱାର ବନ୍ଦ କରାଯାଇ ଜଗମାହନ ଭିତର ଅନ୍ଧାର କରାଯାଏ ।

ସେହିଭଳି ମହପ୍ରଭୁଙ୍କ ଆଲର୍ଟ ନୀତି ସରିବା ପରେ ଡଗର ଆସି ମଦନମୋହନଙ୍କ ନିକଟରେ ରୁକ୍ମଣୀ ବିବାହ ପ୍ରସ୍ତାବ ଜଣାଇବେ । ଏହାପରେ ମହାପ୍ରଭୁଙ୍କ ରାନ୍ଦ୍ରୋଭିଷେକ ନୀତି ସରି ସୁସଜ୍ଜିତ ରଥରେ ଘଣ୍ଟ, କାହାଳୀ ଓ ପଟୁଆର ମଧ୍ୟରେ ଶ୍ରୀମନ୍ଦିରବେଢା କରିବେ । ଆସନ୍ତାକାଲି ଏକାଦଶୀ ତିଥିରେ ମହାପ୍ରଭୁଙ୍କ ରୁକ୍ମିଣୀ ବିବାହ ଉତ୍ସବ ସମସ୍ତ ବିଧି ଅନୁସାରେ ପାଳନ କରାଯିବ ।