ଶୀଘ୍ର ତୁଟାଇ ଦିଅନ୍ତୁ ବ୍ୟାଙ୍କ ଜନିତ ସମସ୍ତ କାମ । ଆସନ୍ତା ସପ୍ତାହରେ ୩ ଦିନ ଖୋଲା ରହିବ ବ୍ୟାଙ୍କ । କାମ ନସାରିଲେ ହୋଇପାରନ୍ତି ହଇରାଣ

386
କନକ ବ୍ୟୁରୋ : ଯଦି ବ୍ୟାଙ୍କରେ କୌଣସି ଜରୁରୀ କାମ ଅଛି, ତେବେ ଶୀଘ୍ର ସାରିନିଅନ୍ତୁ… କାହିଁକି ନା, ଚଳିତ ସପ୍ତାହର ଶନିବାର ଠାରୁ ଆସନ୍ତା ରବିବାର ପର୍ଯ୍ୟନ୍ତ ଅର୍ଥାତ୍ ୨୭ ମାର୍ଚ୍ଚରୁ ୪ ଏପ୍ରିଲ ମଧ୍ୟରେ ମାତ୍ର ୩ଦିନ ଖୋଲା ରହିବ ବ୍ୟାଙ୍କ୍ ।
ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଜାରି ହୋଇଥିବା ଛୁଟି ସୂଚିପତ୍ର ଅନୁଯାୟୀ, ୨୭ ମାର୍ଚ୍ଚରୁ ୨୯ ମାର୍ଚ୍ଚ ପର୍ଯ୍ୟନ୍ତ ଲଗାତାର ୩ଦିନ ବ୍ୟାଙ୍କ ବନ୍ଦ ରହିବ । ୨୭ ମାର୍ଚ୍ଚ ମାସର ଚତୁର୍ଥ ଶନିବାର ପାଇଁ ବ୍ୟାଙ୍କ ବନ୍ଦ ରହିବ । ୨୮ ତାରିଖ ରବିବାର, ୨୯ ତାରିଖ ହୋଲି ପଡୁଥିବାରୁ ବ୍ୟାଙ୍କ ବନ୍ଦ ରହିବ । ଏହାପରେ ୩୦ ମାର୍ଚ୍ଚ ଅର୍ଥାତ ମଙ୍ଗଲବାରକୁ ବ୍ୟାଙ୍କ ଖୋଲିବ । ୩୧ ତାରିଖରେ ବି ସାଧାରଣ ଲୋକଙ୍କ ପାଇଁ ବ୍ୟାଙ୍କ ଖୋଲ ରହିବ । କିନ୍ତୁ କୌଣସି ସରକାରୀ କାର୍ଯ୍ୟ ହୋଇପାରିବ ନାହିଁ ।
ଏପ୍ରିଲ ମାସର ପ୍ରଥମ ଦିନ ଅର୍ଥା ଏପ୍ରିଲ ୧ତାରିଖରେ ପୁଣି ବ୍ୟାଙ୍କ ବନ୍ଦ ରହିବ । ସେହି ଦିନ ଆକାଉଣ୍ଟ କ୍ଲୋଜିଂ ଥିବା କାରଣରୁ ବ୍ୟାଙ୍କ ବନ୍ଦ ରହିବ । ଏପ୍ରିଲ ୨ତାରିଖରେ ଗୁଡ ଫ୍ରାଇ-ଡେ ପାଇଁ ବ୍ୟାଙ୍କ ବନ୍ଦ ରହିବ । ୩ତାରିଖ ବା ଶନିବାର ବ୍ୟାଙ୍କ ଖୋଲିବ ଏବଂ ପରଦିନ ରବିବାର ପଡୁଥିବାରୁ ପୁଣି ବ୍ୟାଙ୍କ ବନ୍ଦ ରହିବ ।
ଏହି ଦିନ ଗୁଡିକ ବ୍ୟାଙ୍କ ବନ୍ଦ ରହିବ ସତ କିନ୍ତୁ ଆପଣ ଯଦି ନେଟ୍ ବ୍ୟାଙ୍କି ସହ ଯୋଡି ହୋଇଥିବେ ତାହେଲେ ଆପଣଙ୍କୁ ଏତେଟା ଅସୁବିଧାର ସମ୍ମୁଖୀନ ହୋବାକୁ ପଡିବନି । ଟଙ୍କା ଯମାକରିବା, ଚେକ୍ ଡିପୋଜିଟ୍ ଭଳି କାର୍ଯ୍ୟକୁ ବାଦ ଦେଲେ ଆପଣ ନେଟ ବ୍ୟାଙ୍କିଙ୍ଗ୍ ଦ୍ୱାରା ମନି ଟ୍ରାନ୍ସଫର, ଇଲେକ୍ଟ୍ରି ବିଲ, ସପିଙ୍ଗ୍ ଆଦି ଆରମରେ କରିପାରିବେ ।
ତେବେ ଯଦି ଏହି କାମକୁ ବାଦ ଦେଇ ଅନ୍ୟ କୌଣସି ଗୁରୁତ୍ୱପୂର୍ଣ୍ଣ କାମ ରହିଯାଇଛି ତାହେଲେ ଶୀଘ୍ର ସାରିନିଅନ୍ତୁ ନଚେତ୍ ଆପଣ ଅସୁବିଧାରେ ପଡିପାରନ୍ତି