ଝିଙ୍କି ନିକଟରେ ଟ୍ରକ୍-ବୋଲେରୋ ମୁହାଁମୁହିଁ, ୮ ଆହତ : ଘଟଣାସ୍ଥଳରେ ପୋଲିସର ଅନୁସନ୍ଧାନ ଜାରି

83

କନକ ବ୍ୟୁରୋ : ସୁବର୍ଣ୍ଣପୁର ଜିଲ୍ଲା ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥ ଝିଙ୍କି ନିକଟରେ ସଡକ ଦୁର୍ଘଟଣା । ଟ୍ରକ୍-ବୋଲେରୋ ମୁହାଁମୁହିଁ ଧକ୍କା ହେବାରୁ ୮ ଜଣ ଆହତ ହୋଇଛନ୍ତି । ସୂଚନାନୁସାରେ, ହରିନାପାଲିରୁ ପାଟଣାଗଡ ଫେରୁଥିଲା ବରଯାତ୍ରୀ ବୋଲେରୋ ଗାଡି । ଏହି ସମୟରେ ବୋଲେରୋକୁ ଧକ୍କା ଚାଉଳ ବୋଝେଇ ଟ୍ରକ ଦେଇଥିଲା । ଘଟଣାସ୍ଥଳରେ ପହଞ୍ଚି ସୋନପୁର ଦମକଳ ବାହିନୀ ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଆହତମାନଙ୍କ ମଧ୍ୟରେ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅନୁସନ୍ଧାନ ଚଳାଇଛି ।