ବ୍ୟାଙ୍କ ସହ ଜଡିତ କିଛି ଜରୁରୀ କାମ ଆପଣଙ୍କର ରହିଯାଇଛି କି ? ଆଜି ହିଁ ଶେଷ କରନ୍ତୁ କାମ, କାଲିଠୁ ଦୁଇ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ବ୍ୟାଙ୍କ ।

346

ବ୍ୟାଙ୍କ ସହ ଜଡିତ କିଛି ଜରୁରୀ କାମ ଯଦି ଆପଣଙ୍କର ରହିଯାଇଛି, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । କାହିଁକି ନା ଆସନ୍ତାକାଲିଠାରୁ ଦୁଇ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ବ୍ୟାଙ୍କ । ଆସନ୍ତା ୨ ଦିନ ଧରି ସାରା ଦେଶରେ ୧୦ଟି ସେଣ୍ଟ୍ରାଲ ଟ୍ରେଡ୍ ୟୁନିୟନ୍ ଦେଶବ୍ୟାପୀ ଆନ୍ଦୋଳନର ଡାକରା ଦେଇଛି । ଦୁଇଦିନ ଧରି ବନ୍ଦ ରହିବ ଭାରତ । ଆଉ ଏହି ସମୟରେ ଆପଣଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ କରିବାକୁ ପଡିପାରେ । ଆସନ୍ତୁ ଜାଣିବା କେବେ ଓ କାହିଁକି ବନ୍ଦ ରହିବ ବ୍ୟାଙ୍କ କାର୍ଯ୍ୟ ।

ସବୁଠାରୁ ବଡ କଥା ହେଉଛି କାଲିଠୁ ହେବାକୁ ଥିବା ବିକ୍ଷୋଭରେ ୨ଟି ବ୍ୟାଙ୍କ ୟୁନିୟନର ମଧ୍ୟ ସମର୍ଥନ ମିଳିଛି । ଜାନୁୟାରୀ ୮ ଏବଂ ଜାନୁୟାରୀ ୯ ଦୁଇ ଦିନ ଧରି ସାରା ଦେଶରେ ବନ୍ଦ ଡାକରା ଦିଆଯାଇଛି । ତେବେ ଏହି ୟୁନିୟନ୍ ଗୁଡିକ ପକ୍ଷରୁ କେନ୍ଦ୍ର ସରକାରଙ୍କ ନିକଟରେ ଅନେକ ଦାବି ରଖାଯାଇଛି । ତେବେ ବନ୍ଦ ସମୟରେ ଆପଣଙ୍କ ଅନେକ ଅସୁବିଧାର ସମ୍ମୁଖୀନ ହେବା ପାଇଁ ପଡିପାରେ ।

ସୂଚନା ଅନୁଯାୟୀ, ଏହି ଦୁଇ ଦିନ ଧରି କେବଳ ସରକାରୀ ବ୍ୟାଙ୍କ ଗୁଡିକର କାର୍ଯ୍ୟ ବନ୍ଦ ରହିବ । ପ୍ରାଇଭେଟ୍ ବ୍ୟାଙ୍କ ଗୁଡିକର କାର୍ଯ୍ୟ ସୂଚାରୁରୂପେ ଜାରି ରହିବ । ଯଦି ଆପଣଙ୍କର ପ୍ରାଇଭେଟ୍ ବ୍ୟାଙ୍କରେ ଆକାଉଣ୍ଟ ଅଛି, ତେବେ ଆପଣ ସେଠାରେ ନେଣଦେଣ କରିପାରିବେ ।