ସୂର୍ଯ୍ୟଙ୍କ କୋପ ଆଗରେ ମୁଣ୍ଡ ନୂଆଁଇଲା ବୈତରଣୀ

19

କେନ୍ଦୁଝର: ଶୁଖିଲା ଚିରସ୍ରୋତା ବୈତରଣୀ । ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରେ ଶୁଖିଯାଇଛି ନଦୀର ସ୍ରୋତ । ଶୁଖିଲା ପଡିଛି ନଦୀ ଗର୍ଭ । ଏଭଳି ଦୃଶ୍ୟ ପୁରୁଷ ପୁରୁଷ ଧରି ଦେଖିବାକୁ ମିଳିନଥିଲା । ନିତ୍ୟ ବ୍ୟବହାର୍ଯ୍ୟ ଠାରୁ ଆରମ୍ଭ କରି, ଚାଷ କାମରେ ବ୍ୟବହାର ପର୍ଯ୍ୟନ୍ତ ସବୁଥିରେ ସାହାରା ସାଜିଥାଏ ବୈତରଣୀ । ହେଲେ ଏଲନିନୋ ପ୍ରଭାବରେ ଚଳିତ ବର୍ଷ ବର୍ଷାର ପରିମାଣ କମିବା ପରେ ଶ୍ରୀହିନ ହୋଇ ଶାନ୍ତ ପଡିଛି । ଖାସ କରି କେନ୍ଦୁଝରର ଏହି ସ୍ଥିତିକୁ ମହାରାଷ୍ଟ୍ରର ଲାଟୁର ସହ ତୁଳନା ବି କରାଯାଉଛି । ପାଣି ବିନା ଚାଷର ସ୍ଥିତି ସହରରେ ଉଜୁଡିଗଲାଣି । ଆଉ ଏହା ପଛର କାରଣ ଭାବେ ସାମ୍ନାକୁ ଆସିଛି କଂପାନୀ ପ୍ରୀତି  । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଜିଲ୍ଲାର ସମସ୍ତ ନଦୀ ବୈତରଣୀରେ ମିଶିଥାଏ । ହେଲେ ଚଳିତ ଥର ଜିଲ୍ଲାର ସବୁ ଉପନଦୀ, ଶାଖାନଦୀ ଶୁଖିଲା ପଡିଥିବାରୁ ଜିଲ୍ଲାରେ ସୃଷ୍ଟି ହୋଇଛି ଭୟଙ୍କର ଜଳସଂକଟର ସ୍ଥିତି । ଖାଲି ନଦୀଯେ ଶୁଖିଛି ତାହା ନୁହେଁ, ଜିଲ୍ଲାରେ ଭୁତଳ ଜଳସ୍ତର କମିଯିବାରୁ କୁଅ, ପୋଖରୀ ମଧ୍ୟ ଶୁଖିଗଲାଣି ।