ନେତାଙ୍କୁ ଭୋଟରଙ୍କ କଡା ଚେତାବନୀ । କହିଲେ, ରାସ୍ତା, ପାଣି ବ୍ୟବସ୍ଥା ନକଲେ ଭୋଟ ଦେବୁନି କି ନେତାଙ୍କୁ ଗାଁରେ ପୁରାଇ ଦେବୁନି ।

140

କନକ ବ୍ୟୁରୋ: ରାସ୍ତା ନାହିଁ ତ ଭୋଟ ନାହିଁ । ପ୍ରଚାର ପାଇଁ ଆସିଲେ ନେତାଙ୍କୁ କରାଯିବ ବିରୋଧ । ଏଭଳି ଚରମବାଣୀ ଶୁଣାଇଛନ୍ତି କଟକ କଟକ ମାହାଙ୍ଗା ବ୍ଲକ ମହେଶପୁର ଗ୍ରାମବାସୀ ।
ହାତରେ ଠେଙ୍ଗା ଧରି ପ୍ରତିବାଦ ଜଣାଇିଛନ୍ତି ଗାଁର ମହିଳାମାନେ ।

ଗାଁକୁ ରାସ୍ତା ନିର୍ମାଣ ପାଇଁ ୧୦ ବର୍ଷ ହେବ ଦାବି କରିଆସୁଛନ୍ତି ଲୋକେ । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ହେଉଥିବା ବେଳେ ପାଣି ସମସ୍ୟାରେ ମଧ୍ୟ ଘାଣ୍ଟି ହେଉଛନ୍ତି ଗାଁର ୫୦ ପରିବାର । ଗାଁରେ ଗୋଟିଏ ମାତ୍ର ନଳକୂପ ଥିବା ବେଳେ ସେଥିରୁ ଖାରିଆ ପାଣି ବାହାରୁଛି । ସରପଞ୍ଚଙ୍କଠାରୁ ନେଇ ଜିଲ୍ଲା ପ୍ରଶାସନକୁ ବାରମ୍ବାର ନେହୁରା ପରେ ବି କେହି ଦାବି ଶୁଣୁ ନଥିବା ଅଭିଯୋଗ ହୋଇଛି । ତେଣୁ ବାଧ୍ୟ ହୋଇ ଚଳିତ ନିର୍ବାଚନରେ ଭୋଟ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି ଗାଁ ଲୋକେ । ଏନେଇ ଗାଁର ମହିଳା ମାନଙ୍କ ପକ୍ଷରୁ ବ୍ୟାନର ମଧ୍ୟ ମରାଯାଇଛି ।