ବାହାରକୁ ଆସିଲା ବାବା ଆଖଣ୍ଡଳମଣିଙ୍କ ଗୁପ୍ତ ସେବାର ଚିତ୍ର: କଟକଣା ପରେ ବି ସମସ୍ତ ନିୟମକୁ ଉଲ୍ଲଂଘନ କଲେ ସେବାୟତ

148

କନକ ବ୍ୟୁରୋ: ବାହାରକୁ ଆସିଲା ବାବା ଆଖଣ୍ଡଳମଣିଙ୍କ ଗୁପ୍ତ ସେବାର ଚିତ୍ର । ଗର୍ଭ ଗୃହରେ ଚାଲିଥିବା ବାବାଙ୍କ ନୀତିର ଭିଡ଼ିଓ ପଦାରେ ପଡିବା ପରେ ନିଆଯାଇଛି ପଦକ୍ଷେପ । ମନ୍ଦିରରେ କଟକଣା ପରେ ବି ସମସ୍ତ ନିୟମକୁ ଉଲ୍ଲଂଘନ କରିଛନ୍ତି ସେବାୟତ । ଘଟଣର ସମ୍ପୃକ୍ତି ନେଇ ୨୯ ଜଣ ବିଶୃଙ୍ଖଳିତ ସେବାୟତଙ୍କ ବିରୋଧରେ ଥାନାରେ ଏତଲା ଦିଆଯାଇଛି । ଖାଲି ସେତିକି ନୁହେଁ ସେମାନଙ୍କ ପାଳି ଉପରେ ବି କଟକଣା ଲଗାଯାଇଛି । ଆରଡିପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ କିଛି ସେବାୟତ ଶ୍ରଦ୍ଧାଳୁ ମାନଙ୍କୁ ହଇରାଣ କରୁଥିବା ଅଭିଯୋଗ ହୋଇଥିଲା । ଭକ୍ତ ମାନଙ୍କୁ ବିଭିନ୍ନ ସମୟରେ ପୂଜା ଆଳରେ ମାନସିକ ଭେଟିରୁ ନେଇ ,ଦକ୍ଷିଣା ଆଦାୟ କରିବା, ମନ୍ଦିର ଗର୍ଭଗୃହକୁ ବେନିୟମ ଭାବେ ଭକ୍ତ ଅଣସେବାୟତଙ୍କୁ ପ୍ରବେଶ କରାଇବା ନେଇ ଅସନ୍ତୋଷ ବୃଦ୍ଧି ପାଉଥିଲା ।। ଏନେଇ ଅଭିଯୋଗ ହେବା ପରେ ସମସ୍ତ ସେବାକାରୀଙ୍କୁୁ ନିୟମ ଉଲ୍ଲଂଘନ ନକରିବାକୁ ନିର୍ଦ୍ଦେଶ ରହିଥିଲା । ଏହା ସହ ଅଣସେବାୟତଙ୍କୁ ପ୍ରବେଶ ନକରାଇବାକୁ ନୋଟିସ୍ ମଧ୍ୟ ଜାରି କରାଯାଇଥିଲା । ହେଲେ ସମସ୍ତ ନିୟମକୁ ବେଖାତିର କରି ସେବାୟତ ମାନେ ବାହାର ଲୋକଙ୍କୁ ଗର୍ଭ ଗୃହରେ ପ୍ରବେଶ କରାଇବା ସହ ବାବାଙ୍କର ଗୁପ୍ତ ପୂଜାର ଫଟୋ ଉତୋଳନ କରିଥିଲେ । ଯାହାକୁ ନେଇ ମନ୍ଦିର ପରିସରରେ ଉତେଜନା ଦେଖିବାକୁ ମିଳିଥିଲା ।