୨୩ବର୍ଷ ପରେ ପ୍ରମିଳାଙ୍କ ମଥାରେ ପୁଣି ଝଟକିଲା ସିନ୍ଦୂର: ମହାବାତ୍ୟା ସମୟରେ ନିଖୋଜ ହୋଇଯାଇଥିଲେ ସ୍ୱାମୀ

281

କନକ ବ୍ୟୁରୋ: ମହିଳାଙ୍କ ମଥାରେ ପୁଣି ଝଟକିଲା ଲାଲ୍ ସିନ୍ଦୂର । ଦୀର୍ଘ ୨୩ ବର୍ଷ ହେଲା ବିଧବା ଜୀବନ ଜୀଉଁଥିବା ମହିଳା ଏବେ ସଧବା ହୋଇଛନ୍ତି । ମୃତ ଘୋଷିତ ତାଙ୍କ ସ୍ୱାମୀ ଫେରିଆସିଛି , ଆଉ ନିଜ ହାତରେ ମହିଳାଙ୍କ ମଥାରେ ଦେଇଛି ସିନ୍ଦୂର । ୧୯୯୯ ମହାବାତ୍ୟା ସମୟରୁ ନିମାପଡା ପାତିପାଇକ ସାହିର କୀର୍ତିଚନ୍ଦ୍ର ନିଖୋଜ ହୋଇଥିିବା ବେଳେ ତାଙ୍କୁ ମୃତ ଘୋଷିତ କରାଯାଇଥିଲା । ହେଲେ ଦୀର୍ଘ ବର୍ଷ ଧରି ସେ ଷଫରିଆସିଛନ୍ତି । ସ୍ୱାମୀଙ୍କ ବାଟକୁ ଚାହିଁ ବସିଥିବା ସ୍ତ୍ରୀ ହଜିଲା ସ୍ୱାମୀକୁ ପାଇ ଏବେ ଖୁସିରେ ଆତ୍ମହରା ହୋଇପଡିଛି ।

ବୈଧବ୍ୟ ଯନ୍ତ୍ରଣାରୁ ପାଇଲେ ମୁକ୍ତି । ମଥାରେ ପୁଣି ଝଟକିଲା ଲାଲ ସିନ୍ଦୁର । ଦୀର୍ଘ ୨୩ ବର୍ଷ ହେଲା ବିଧବା ଜୀବନ ଜୀଉଁଥିଲେ ହେଲେ ଏବେ ଦୀର୍ଘ ବର୍ଷ ପରେ ସଧବା ହୋଇଛନ୍ତି ମହିଳା । ତାଙ୍କର ମୃତ ଘୋଷିତ ସ୍ୱାମୀ କିର୍ତୀଚନ୍ଦ୍ର ତାଙ୍କ ପାଖକୁ ଫେରି ଆସିଛି । ଆଉ ନିଜ ହାତରେ ମହିଳାଙ୍କ ମୁଣ୍ଡରେ ଦେଇଛି ସିନ୍ଦୂର । ତାଙ୍କ ଦୀର୍ଘ ଦିନର ପ୍ରତୀକ୍ଷାର ଶେଷରେ ଅନ୍ତ ହୋଇଛି ।

ହଜିଯାଇଥିବା ସ୍ୱାମୀଙ୍କୁ ପାଇ କୋହ ସମ୍ଭାଳିପାରୁନାହାନ୍ତି ପ୍ରମିଳା । କୀର୍ତିଚନ୍ଦ୍ରଙ୍କ ପରିବାର ପରିଜନ ମଧ୍ୟ ତାଙ୍କ ଫେରିବା ନେଇ ବେଶ ଉଲ୍ଲସିତ ହୋଇପଡ଼ିଛନ୍ତି । ୧୯୯ମସିହା ମହାବାତ୍ୟାର ୨ ଦିନ ପୂର୍ବରୁ ନିମାପଡା ପାତିପାଇକ ସାହିର କୀର୍ତିଚନ୍ଦ୍ର କୁଆଡେ ଚାଲିଯାଇଥିଲେ । ଦୀର୍ଘ ବର୍ଷ ଧରି ନମିଳିବାରୁ ତାଙ୍କୁ ମୃତ ଘୋଷିତ କରାଯାଇଥିଲା ।

ପଶ୍ଚିମବଙ୍ଗରେ କୀର୍ତିଚନ୍ଦ୍ରଙ୍କୁ ଉଦ୍ଧାର କରାଯାଇ ତାଙ୍କର ଚିକିତ୍ସା କରାଯାଉଥିଲା । ସୁସ୍ଥ ହେବା ପରେ ନିମାପଡା ଥାନାରେ ଯୋଗାଯୋଗ କରାଯାଇ ପରିବାରକୁ ଜଣାଯାଇଥିଲା । ସେପଟେ କୀର୍ତି ଚନ୍ଦ୍ର ତ ଫେରିଆସିଲେ ହେଲେ ପୁଣି ଥରେ ସରକାରୀ କାଗଜପତ୍ର ସହ ସମସ୍ତ ସୁବିଧା ମିଳିବା ନେଇ ଅନୁରୋଧ କରିଛନ୍ତି ପରିବାର । ମୃତ ଘୋଷିତ ହୋଇଥିବା ବ୍ୟକ୍ତି ଦୀର୍ଘ ୨୩ ବର୍ଷ ପରେ ଜୀବୀତ ହୋଇ ଫେରିବା ପରେ ପରିବାରରେ ଏବେ ବେଶ ଖୁସିର ମାହୋଲ ଦେଖିବାକୁ ମିଳିଛି ।