ଟଲିଉଡ଼ ଏବଂ ବଲିଉଡ଼ ପରେ ଏବେ ହଲିଉଡ଼ରେ ବାହୁବଲୀର ‘ଭଲ୍ଲାଲଦେବ’ ! ସାଇନ କଲେ ପ୍ରଥମ ସିନେମା

46

‘ବାହୁବଲୀ’ ସିରିଜର ଦୁଇଟି ଜାକ ସିନେମାର ସଫଳତା ପରେ ଭଲ୍ଲାଲଦେବ ତଥା ରାଣା ଦାଗୁବଟୀଙ୍କ ଡିମାଣ୍ଡ କେବଳ ଦେଶରେ ନୁହଁ ବିଦେଶୀ ସିନେ ଜଗତରେ ମଧ୍ୟ ବଢ଼ିଯାଇଛି । ଏଥିମଧ୍ୟରେ ରାଣା ନିଜର ପ୍ରଥମ ଆନ୍ତର୍ଜାତିକ ସିନେମାର ଘୋଷଣା କରିଛନ୍ତି । ରାଣାଙ୍କ ଅନୁସାରେ ୟୁକେର ଦି ଲଣ୍ଡନ ଡିଜିଟରଲ ମୁଭି ଆଣ୍ଡ ଟଭିି ଷ୍ଟୁଡ଼ିଓ ତାଙ୍କୁ ଏସିଆନ ଆମ୍ବାସଡ଼ର କରିଛନ୍ତି । କେବଳ ଏତିକି ନୁହଁ ତାଙ୍କ ସହ ରାଣା ଏକ ସିନେମା ମଧ୍ୟ ସାଇନ କରିଛନ୍ତି । ମିଡ଼ିଆରେ ଆସିଥିବା ଖବର ଅନୁସାରେ ସିନେମାର ସୁଟିଂ ୨୧୦୮ରେ ଆରମ୍ଭ ହେବ । ଏହା ବ୍ୟତୀତ ଏ ସନେମା ନେଇ କୌଣସି ଅଧିକ ସୂଚନା ନାହିଁ ।

ଏବେ ରାଣାଙ୍କର ଆଗାମୀ ସିନେମା ‘ନେନେ ରାଜୁ ନେନେ ମନ୍ତ୍ରୀ’ର ପାଇଁ ଜୋରସୋରରେ ପ୍ରସ୍ତୁତି ଆରମ୍ଭ କରିଛନ୍ତି ଏବଂ ତେଲୁଗୁ ସୋ ‘ୟାରୀ ନମ୍ବର ୧’ କୁ ସେ ମଧ୍ୟ ହୋଷ୍ଟ କରିବେ । ‘ନେନେ ରାଜୁ ନେନେ ମନ୍ତ୍ରୀ’ସିନେମାର ନିର୍ଦ୍ଦେଶକ ଅଛନ୍ତି ତେଜା । ଏହା ଏକ ପଲିଟିକାଲ ଡ୍ରାମା ସିନେମା । ଏଠାରେ ରାଣା ରାଜନୀତରେ ସବୁକିଛି ହାସଲ କରିବା ପାଇଁ ଚାହୁଁଥିବା ଜଣେ ବ୍ୟକ୍ତି ଭୂମିକାରେ ନଜର ଆସିବେ । ସିନେମାରେ ଅଭିନେତ୍ରୀ କାଜୋଲ ଅଗ୍ରୱ୍ୱାଲ ପ୍ରଥମ ଥର ପାଇଁ ରାଣାଙ୍କ ସହ ରୋମାନ୍ସ କରୁଥିବାର ଦେଖାଦେବ । ତେଲୁଗୁ, ତାମିଲ ଓ ମାଲାୟଲମ ଭାଷାରେ ଏହି ସିନେମା ୧୧ ଅଗଷ୍ଟରେ ରିଲିଜ ହେବ ।