ଲମ୍ବା ବ୍ୟବଧାନ ପରେ ପରଦାକୁ ଫେରୁଛନ୍ତି ଚୁଲବୁଲି ଅଭିନେତ୍ରୀ ଆୟେଶା ଟାକିଆ !

74

ଦୀର୍ଘ ୭ ବର୍ଷ ବ୍ୟବଧାନ ପରେ ବଲିଉଡ ଅଭିନେତ୍ରୀ ଆୟେଶା ଟାକିଆ ପୁଣି ଥରେ ଫେରୁଚନ୍ତି ପରଦାକୁ । ଆୟେଶା ଗତ ବର୍ଷ ଡିସେମ୍ବରରେ ଅମିତ ମିଶ୍ରଙ୍କ ମ୍ୟୁଜିକ ଭିଡିଓ ସୁଟ କରିଥିଲେ ହେଁ ଏଯାଏଁ ତହାର ରିଲିଜ ଡେଟ୍ ସ୍ଥିର ହୋଇପାରନି । ଏହି ମ୍ୟୁଜିକ ଭିଡିଓରେ କାମ କରିବା ପାଇଁ ଆୟେଶା ବିଲକୁଲ ରାଜି ହେଉ ନଥିଲେ ବୋଲି ପ୍ରଡକ୍କ୍ସନ ଟିମ ତରଫରୁ ଜଣା ପଡିଛି । ସଲମାନ ଖାନଙ୍କ ସିନେମା ‘ୱାଣ୍ଟେଡ’ ରେ ଅଭିନୟ କରିଥିବା ଆୟେଶା, ମା ହେବା ପରେ ଅଭିନୟ ଦୁନିଆରୁ ଦୂରେଇ ଯାଇଥିଲେ । ସେ ବର୍ତ୍ତମାନ ଅଭିନୟ ପାଇଁ ଦୁଇଟି ପ୍ରଡକ୍ସନ ହାଉସ ସହ କଥବାର୍ତ୍ତା କରୁଛନ୍ତି ବୋଲି ସୂଚନା ମିଳିଛି  ।