କେନ୍ଦ୍ରୀୟ ପରୀକ୍ଷାଗାର ଯିବ କାକଟପୁର ଛତୁଆ : ୨ଟି ସ୍ୱୟଂ ସହାୟକ ଗୋଷ୍ଠୀରୁ ଛତୁଆ ଓ ସୁଜି ନମୂନା ସଂଗ୍ରହ କଲା ପ୍ରଶାସନ

116

କନକ ବ୍ୟୁରୋ : ପୁରୀ ଜିଲ୍ଲା କାକଟପୁର ବ୍ଲକରେ ଛତୁଆ ଦୁର୍ନୀତିର ପର୍ଦ୍ଦାଫାସ । କେନ୍ଦ୍ରୀୟ ପରୀକ୍ଷାଗାରକୁ ଯିବ କାକଟପୁର ଛତୁଆ । ରାଜ୍ୟ ସୂଚନା ଅଧିକାର କମିଶନଙ୍କ ନିର୍ଦ୍ଦେଶକ୍ରମେ କାକଟପୁର ବ୍ଲକର ୨ଟି ଚତୁଆ ପ୍ରସ୍ତୁତକାରୀ ସ୍ୱୟଂ ସହାୟକ ଗୋଷ୍ଠିରୁ ଛତୁଆ ଓ ସୁଜି ସଂଗ୍ରହ କରାଯାଇଛି । ବ୍ଲକର ୧୮୨ଟି ଅଙ୍ଗନୱାଡି କେନ୍ଦ୍ରର ୩ ହଜାର ୫ ଶହ ୧୦ ଜଣ ଛାତ୍ର ଛାତ୍ରୀ, ୭୨୨ ଜଣ ଗର୍ଭବତୀ ଓ ୬୧୫ ଜଣ ପ୍ରସୁତିଙ୍କୁ ଛତୁଆ ଯୋଗାଉଛି କାକଟପୁରର ମାଆ ବିଶ୍ୱ ବିରଜାଇ ଓ ମାଆ ଭବାନୀ ସ୍ୱୟଂ ସହାୟକ ଗୋଷ୍ଠୀ ।

 

ତେବେ ଏମାନେ ଯୋଗାଉଥିବା ଛତୁଆ ନିମ୍ନମାନର ବୋଲି ଅଭିଯୋଗ ହେବା ପରେ ଛାନଭିନ୍ ଆରମ୍ଭ ହୋଇଛି । ୨୦୧୫ ମସିହାରେ ହୋଇଥିବା ଅଭିଯୋଗ ଆଧାରରେ ଛତୁଆର ମାନ ଯାଂଚ କରିବା ପାଇଁ କକଟପୁର ସିଡିପିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଆଜି କାକଟପୁର ବିଡିଓ, ସିଡିପିଓ, ଯୋଗାଣ ଅଧିକାରୀ, ବାଙ୍ଗୁରୀ ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ମିଳିତ ଭାବେ ଚଢାଉ କରି ଛତୁଆ ଓ ସୁଜି ପ୍ୟାକେଟ ସଂଗ୍ରହ କରିଛନ୍ତି । ସେଗୁଡିକୁ ଯାଂଚ ପାଇଁ କେନ୍ଦ୍ରୀୟ ପରୀକ୍ଷାଗାରକୁ ପଠାଯିବ ।