ମଣ୍ଡିରେ ଅବ୍ୟବସ୍ଥା ନେଇ ଗୃହରେ ଉତର ରଖିଲେ ଯୋଗାଣ ମନ୍ତ୍ରୀ । ମନ୍ତ୍ରୀଙ୍କ ବିବୃତିରେ ଅସନ୍ତୁଷ୍ଟ ବିରୋଧୀ, ବିଜେପି କହିଲା, ବଳକା ଧାନର ନାହିଁ ହିସାବ 

ବିଧାନସଭାରେ ମଣ୍ଡି ତାତି

76

କନକ ବ୍ୟୁରୋ : ବିଧାନସଭାରେ ମଣ୍ଡି ତାତି । ଗୃହରେ ମଣ୍ଡିରୁ ଧାନ ସଂଗ୍ରହ ନେଇ ଯୋଗାଣ ମନ୍ତ୍ରୀଙ୍କ ବିବୃତି ପରେ ମଧ୍ୟ ଖୁସି ନାହାନ୍ତି ବିରୋଧୀ ।  ଗୃହ ବାହାରେ ବିଜେପି ବିଧାୟକ ଗାଉନ ପିନ୍ଧି ପ୍ରତିବାଦ କରିଛନ୍ତି । 

ବିଜେପି ବିଧାୟକ ମାନେ କହିଛନ୍ତି,  ଅଧିକ ଧାନ ଅମଳ ହୋଇଥିବାରୁ ଅଧିକ ଧାନ ସଂଗ୍ରହ ହୋଇଛି । ହେଲେ ଏବେ ବି ପଶ୍ଚିମଓଡିଶାରେ ମଣ୍ଡିରେ ଧାନ ପଡିରହିଛି ।  ବଳକା ଧାନ ଉଠାଣ ନେଇ ମନ୍ତ୍ରୀ ଗୃହରେ କୌଣସି ସ୍ପଷ୍ଟ ଭାବେ ଉତର ରଖିଲେନି । ଯେପର୍ଯ୍ୟନ୍ତ ମଣ୍ଡିରୁ ସମସ୍ତ ଧାନ ଉଠିବ ନାହିଁ ସେ ଯାଏଁ ବିରୋଧ ଜାରି ରହିବ ବୋଲି କହିଛନ୍ତି ବିଜେପି ବିଧାୟକ । ମୋସନ ଆକାରରେ ମୁଲତବୀ ଅଣାଯାଇ ଗୋଟିଏ ଦିନ ଚାଷୀ ପ୍ରସଙ୍ଗରେ ଗୃହରେ ଆଲୋଚନା କରିବା ପାଇଁ ବିରୋଧୀ ଦାବି କରିଛନ୍ତି । ସେପଟେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଚାଷୀ ପ୍ରସଙ୍ଗରେ ଆଲୋଚନା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଆହ୍ୱାନ କରିଛନ୍ତି । ସରକାର ପଳାୟନପନ୍ଥୀ ସାଜିଛନ୍ତ ଓ ଆଲୋଚନାକୁ ଭୟ କରୁଛନ୍ତି ବୋଲ ି କହିଛନ୍ତି ନରସିଂହ ମିଶ୍ର  ।