ଦିଶାରବି ଟୁଲକିଟ୍ ମାମଲା; ଦିଶାଙ୍କ ସମର୍ଥନରେ ବାହାରିଲେ ଆଉଜଣେ ବିଦେଶୀ ପରିବେଶବିତ୍ । କହିଲେ ବ୍ୟବସ୍ଥା ଚାପରେ ରହିବୁ ନାର୍ହି ଚୁପ୍ ।

96

କନକ ବ୍ୟୁରୋ : ଟୁଲକିଟ୍ ମାମଲାରେ ଜଳବାୟୁ ଆକ୍ଟିଭିଷ୍ଟ ଦିଶାରବିଙ୍କ ସମର୍ଥନରେ ସାରା ବିଶ୍ୱରୁ ଆବାଜ ଉଠୁଛି । ବିଦେଶୀ ପରିବେଶ କାର୍ଯ୍ୟକର୍ତ୍ତା ଗ୍ରେଟା ଥନବର୍ଗଙ୍କ ପରେ ଆମେରିକାର ପରିବେଶ ଆକ୍ଟିଭିଷ୍ଟ ଆଲେକଜାଣ୍ଡ୍ରିଆ ବିଲାସେନୋର ବି ଦିଶାଙ୍କ ସମର୍ଥନରେ ଟ୍ୱିଟ୍ କରିଛନ୍ତି । ସେ କହିଛନ୍ତି କି ଶାନ୍ତିପୂର୍ଣ୍ଣ ଭାବେ ବିରୋଧ ପ୍ରଦର୍ଶନ କରିବା ମାନବିକ ଅଧିକାର । ହେଲେ ଏଭଳି ଭାବେ ଗିରଫ୍ କରି କାହାରିକୁ ଚୁପ୍ କରାଯାଇ ପାରିବ ନାହିଁ ।

ସେ ତାଙ୍କ ଟ୍ୱିଟରରେ ଲେଖିଛନ୍ତି କି ‘ମୁଁ ଦିଶାରବିଙ୍କୁ ଜାଣିଛି , ସେ ଜଣେ ଖ୍ୟାତିସମ୍ପର୍ଣ୍ଣ ଜଳବାୟୁ କାର୍ଯ୍ୟକର୍ତ୍ତା ସହ ଜଣେ ଭଲ ମଣିଷ ’ । ଶାନ୍ତିପୂର୍ଣ୍ଣ ଭାବେ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରିବା କେବେ ଅପରାଧ ନୁହେଁ । ଏଭଳି ଭାବେ ଗିରଫ୍ କରି କାହାରି ମୁହଁ ବନ୍ଦ କରାଯାଇ ପାରିବ ନାହିଁ । ଏହା ସହ ସେ ଦିଶାରବିଙ୍କୁ ସମର୍ଥନ କରିବାକୁ ଆହ୍ୱାନ ଦେଇଛନ୍ତି ।

ଆଲେକଜାଣ୍ଡ୍ରିଆ ବିଲାସେନୋରଙ୍କ ପୂର୍ବରୁ ଗ୍ରେଟା ଥନବର୍ଗ ଦିଶାରବିଙ୍କ ସମର୍ଥନରେ ବି ଟ୍ୱିଟ୍ କରିଥିଲେ । ସେ ତାଙ୍କ ଟ୍ୱିଟ୍ ରେ ଲେଖିଥିଲେ କି ସ୍ୱାଧିନ ଅଭିବ୍ୟକ୍ତି, ଶାନ୍ତିପୂର୍ଣ୍ଣ ବିରୋଧ, ଓ ସଭା କରିବା ସବୁ ମଣିଷଙ୍କର ଅଧିକାର, ଏହା କୌଣସି ବି ଲୋକତନ୍ତ୍ରର ମୂଳଦୁଆ ହେବା ଉଚିତ୍ ।
କହିରଖୁ କି ଟୁଲକିଟ୍ ମାମଲାରେ ଦିଲ୍ଲୀ ପୋଲିସ ବେଙ୍ଗାଲୁରରୁ ଦିଶାରବିଙ୍କୁ ଗିରଫ୍ କରିଥିଲା । ଗତକାଲି ତାଙ୍କୁ ପଟିଆଲ ହାଉସକୋର୍ଟରେ ହାଜିର କରି ପୁଣି ୩ ଦିନିଆ ରିମାଣ୍ଡରେ ନେଇଛି ପୋଲିସ । ଏନେଇ ଦିଶାରବିଙ୍କ ଜାମିନ୍ ଆବେଦନ ଉପରେ ଆଜି ଶୂୁଣାଣି ହେବ ବୋଲି ଜଣାପଡିଛି ।