ଉଚ୍ଚ ଶିକ୍ଷିତ ବେରୋଜଗାରୀଙ୍କୁ ମାସିକ ୧ ହଜାର ଟଙ୍କା ଲେଖାଏଁ ଭତ୍ତା ଦେବେ ସରକାର ! ଜାଣନ୍ତୁ କେଉଁଠି

64

ଖୁବ୍ ଶୀଘ୍ର ବେକାର ଉଚ୍ଚ ଶିକ୍ଷିତ ଯୁବକମାନଙ୍କୁ ମାସିକ ୨୦୦୦ ଟଙ୍କା ଲେଖାଏଁ ଭତ୍ତା ମିଳିବ । ଆନ୍ଧ୍ର ସରକାରଙ୍କ ପକ୍ଷରୁ ୨୦୧୪ ରାଜ୍ୟ ବିଧାନସଭା ନିର୍ବାଚନ ସମୟରେ କରାଯାଇଥିବା ପ୍ରତିଶ୍ରୁତି ଏବେ କାର୍ଯ୍ୟକାରୀ ହେବାକୁ ଯାଉଛି । ମନ୍ତ୍ରୀ ଏନ୍ ଲୋକେଶ ଏବଂ କୋଲ୍ଲା ରବୀନ୍ଦ୍ର ଗଣମାଧ୍ୟମକୁ ସୂଚନା ଦେି କହିଛନ୍ତି କି,“Pulse Survey data”, ଅନୁସାରେ ରାଜ୍ୟରେ ୧୦ ଲକ୍ଷ ବେକାର ଲୋକ ଅଛନ୍ତି ବୋଲି ସରକାର ଆକାଳନ କରିଛନ୍ତି। ଏହି ଯୋଜନା ପାଇଁ ପ୍ରତିବର୍ଷ ସରକାରୀ ତହବିଲକୁ ୧୨୦୦ କୋଟି ଟଙ୍କା ବ୍ୟୟ ଭାର ପଡ଼ିବ । ଖୁବ୍ ଶୀଘ୍ର ଭତ୍ତା ପ୍ରଦାନ ଆରମ୍ଭର ତାରିଖ ଘୋଷଣା କରାଯିବ।

ସେହିପରି ଦେଶର ଅନ୍ୟ କେତେକ ରାଜ୍ୟ ଏବଂ କେତେକ ବିଦେଶୀ ରାଷ୍ଟ୍ରରେ ମଧ୍ୟ ଏ ଭଳି ଯୋଜନା ଚାଲିଛି। ଭାରତରେ ଅନ୍ୟ କୌଣସି ରାଜ୍ୟ ୧୦୦୦ ଟଙ୍କା ଦେଉ ନାହାନ୍ତି। ଉତ୍ତର ପ୍ରଦେଶ ଏହି ଯୋଜନାରେ ମାସିକ ୧୦୦୦ ଟଙ୍କା ଦେଉଥିଲେ ବି ତାହା ୬ ମାସ ପରେ ବନ୍ଦ ହୋଇ ଯାଇଥିଲା। ବହୁ ସଂଖ୍ୟକ କର୍ମସଂସ୍ଥାନ ସୃଷ୍ଟି କରି ଏହି ଭତ୍ତା ଯୋଜନାକୁ ଧୀରେ ଧୀରେ ଅପ୍ରାସଙ୍ଗିକ କରିବାକୁ ଆନ୍ଧ୍ର ପ୍ରଦେଶ ସରକାରଙ୍କର ଉଦ୍ଦେଶ୍ୟ ଥିଲା ବୋଲି ମନ୍ତ୍ରୀ ଦ୍ୱୟ କହିଛନ୍ତି।

ଶିଳ୍ପ ଏବଂ କେତେକ ମୁଖ୍ୟ ଶିଳ୍ପ ସଙ୍ଗଠନକୁ ସରକାର ପ୍ରୋତ୍ସାହନ ଦେବା ଆରମ୍ଭ କରିଛନ୍ତି। ଆସନ୍ତା ଦୁଇ ତିନି ବର୍ଷ ମଧ୍ୟରେ ତାହା କାର୍ଯ୍ୟକ୍ଷମ ହେଲେ ଅନେକ କର୍ମସଂସ୍ଥାନ ସୃଷ୍ଟି ହେବ। ତେବେ ଯାଇ ରାଜ୍ୟରେ ଆଉ ବେକାରୀ ସମସ୍ୟା ରହିବ ନାହିଁ ଏବଂ ବେକାରୀ ଭତ୍ତା ଆପଣାଛାଏଁ ଅପ୍ରାସଙ୍ଗିକ ହୋଇଯିବ।