ଏସିଆନ ଗେମ ୨୦୧୮ର ପ୍ରଥମ କାଂସ୍ୟ ପଦକ ଜିତିଲେ ଭାରତର ଅପୂର୍ବୀ ଓ ରବି । ସାରା ଦେଶରୁ ଛୁଟିଛି ଶୁଭେଚ୍ଛାର ସୁଅ

38

କନକ ବ୍ୟୁରୋ : ଏସିଆନ ଗେମ ୨୦୧୮ରେ ଭାରତ ନିଜର ପ୍ରଥମ ପଦକ ଜିତିଥିବା ଜଣାପଡିଛି । ୧୦ ମିଟର ଏୟାର ରାଇଫଲ ମିକ୍ସଡ ଟିମ ଇଭେଣ୍ଟରେ ଭାରତର ଅପୂର୍ବୀ ଚନ୍ଦେଲା ଏବଂ ରବି କୁମାର କାଂସ୍ୟ ପଦକ ଜିତିଥିବା ସୂଚନା ମିଳିଛି । ଫାଇନାଲରେ ଏମାନେ ୪୨୯.୯ ସ୍କୋର କରିଥିବା ସୂଚନା ମିଳିଥିବା ବେଳେ ସ୍ୱର୍ଣ୍ଣ ପଦକ ଚୀନ ଜିତିଥିବା ଜଣାପଡିଛି । କାଂସ୍ୟ ପଦକ ଜିତିଥିବା ଦୁଇ ଖେଳାଲୀଙ୍କ ନିକଟକୁ ଭାରତରୁ ଶୁଭେଚ୍ଛାର ସୁଅ ଛୁଟିଛି ତେବେ ଏହି ଏସିଆନ ଖେଳ ଉପରେ ସାରା ବିଶ୍ୱର ନଜର ରହିଥିବା ବେଳେ ପ୍ରାୟ ୧୩ହଜାର ଖେଳାଳି ଏହି ଅନ୍ତର୍ଜାତୀୟ ଖେଳରେ ଭାଗ ନେଇଥିବା ସୂଚନା ମିଳିଛି । ମୋଟ ଉପରେ ୪୨୬ଟି ପଦକ ରହିଥିବା ବେଳେ ସମସ୍ତ ଦେଶର ଖେଲାଳୀମାନେ ଅଧିକରୁ ଅଧିକ ପଦ ଜିତିବା ପାଇଁ ପ୍ରୟାଶ କରୁଛନ୍ତି । ଖେଳାଳିମାନଙ୍କ ମନରେ ଉତ୍କଣ୍ଠା ବଢାଇବାପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର କ୍ରୀଡାମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂହ ଭାରତର ଖେଳାଳୀମାନଙ୍କୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି ।

 

ତେବେ ମିଳିଥିବା ସୂଚାନା ଅନୁସାରେ ଭାରତୀୟ ପୁରୁଷ ଦଳ ଗତକାଲି ଏକ ଅଭ୍ୟାସ ମ୍ୟାଚରେ ୭-୧ ଗୋଲରେ ବାଂଲାଦେଶକୁ ହରାଇ ନିଜ ଜିତିବାର ଇଚ୍ଛାଶକ୍ତିକୁ ବଢାଇଛି । ତେବେ ଦର୍ଶକ ଗ୍ୟାଲେରିରେ ମଧ୍ୟ ଏପରି ଭାବରେ ଅନ୍ତର୍ଜାତୀୟ ମ୍ୟାଚକୁ ଲାଇଭ ଦେଖିବା ପାଇଁ ଖଚାଖଚ ଭିଡ ଜମାଇଛନ୍ତି । ତେବେ ନିଜ ପସନ୍ଦର ଖେଳାଳି ନ ପାଇବା ଫଳରେ ଅଭିଜ୍ଞ ଟେନିସ୍ ତାରକା ଲିଆଣ୍ଡର୍ ପେସ୍ ଅପ୍ରତ୍ୟାଶିତ ଭାବେ ଓହରିଯିବାରୁ ଏସୀୟ କ୍ରୀଡ଼ା ଲାଗି ଗସ୍ତ କରିଥିବା ଭାରତୀୟ ଟେନିସ ଦଳ ଅଡୁଆରେ ପଡ଼ିଥିଲା। କିନ୍ତୁ ପେସଙ୍କ ଅନୁପସ୍ଥିତିରେ ରାମକୁମାର ରାମନଥଙ୍କ ସହିତ ସୁମିତ ନଗଲ୍ ଭାରତର ଦ୍ୱିତୀୟ ଯୁଗଳ ଯୋଡ଼ି ହେବେ ବୋଲି ଅଧିନାୟକ ତଥା ପ୍ରଶିକ୍ଷକ ଜୀସାନ ଅଲୀ ପ୍ରକାଶ କରିଛନ୍ତି