ସେନା ଦିବସରେ ପାକିସ୍ତାନକୁ ସେନା ମୁଖ୍ୟଙ୍କ କଡା ଚେତାବନୀ : କହିଲେ, ନିୟନ୍ତ୍ରଣ ରେଖା ଉଂଲଘନ କଲେ ଛାଡିବୁନି

22

କନକ ବ୍ୟୁରୋ : ଆଜି ୬୯ ତମ ଭାରତୀୟ ସେନା ଦିବସ । ଏହି ଅବସରରେ ସେନା ମୁଖ୍ୟ ବିପିନ ରାୱତ ପାକିସ୍ତାନ ଉପରେ ବର୍ଷିଛନ୍ତି । ପଡୋଶୀଙ୍କ ସହ ଆମେ ବନ୍ଧୁତା ଚାହୁଁଛୁ । ନିୟନ୍ତ୍ରଣ ରେଖା ଉଂଲଘନର କଡା ଜବାବ ଦିଆଯିବ ବୋଲି ସେନାମୁଖ୍ୟ ପାକିସ୍ତାନକୁ ଚେତାବନୀ ଦେଇଛନ୍ତି ।

ସୋସିଆଲ ମିଡିଆରେ ଯବାନ ତାଙ୍କ ସମସ୍ୟା ଜଣାଇବା ପ୍ରସଙ୍ଗରେ ମଧ୍ୟ ସେ ମତ ରଖିଛନ୍ତି । ସୋସିଆଲ ମିଡିଆରେ ସମସ୍ୟା ଜଣାଇବା ଠିକ ନୁହେଁ, ଏହା ଫଳରେ ଅନ୍ୟ ଯବାନଙ୍କ ମନୋବଳ ହ୍ରାସ ପାଇବ ବୋଲି କହିଛନ୍ତି ବିପିନ ରାୱତ । ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ସେନା ଦିବସରେ ଭାରତୀୟ ସେନାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।