ଭାରତରେ ନିଷିଦ୍ଧ ହେବ କି ଆପଲ ଆଇ-ଫୋନ ! ଜାଣନ୍ତୁ କାହିଁକି ସୃଷ୍ଟି ହୋଇଛି ଏଭଳି ଆଶଙ୍କା ।

47

ଭାରତୀୟ ଟେଲିକମ ନିୟାମକ ଟ୍ରାଇର ନୂଆ ନିୟମ ଲାଗୁ ହେଲେ ଦେଶରେ ଆପଲ ଫୋନ ଧରିବା କଷ୍ଟକର ହୋଇପଡିବ । କାରଣ ନୂଆ ନିୟମ ଅନୁସାରେ ଯେଉଁ ହାଣ୍ଡସେଟ ଗୁଡ଼ିକ ଟ୍ରାଇର ଡିଏନଡି ଆପ ଲୋଡ କରିବାକୁ ମନା କରୁଛନ୍ତି ସେମାନଙ୍କ ହାଣ୍ଡସେଟକୁ ଭାରତରେ ଅନୁମତି ଦିଆଯିବ ନାହିଁ । ଏହି ଡିଏନଡି ଆପ ଅନୁସାରେ ଉପଭୋକ୍ତାମାନେ ଅନାବଶ୍ୟକ ( ଟେଲିମାର୍କେଟିଂ) କଲ ଗୁଡ଼ିକ ସଂପର୍କରେ ରିପୋର୍ଟ କରିପାରିବେ । କିନ୍ତୁ ଏହା ଦ୍ୱାରା ଗ୍ରାହକଙ୍କ ଗୋପନୀୟତା ବ୍ୟାହତ ହେଉଛି ବୋଲି ଆପଲ କହିବା ସହ ଏହି ଆପ ଲୋଡ କରିବାକୁ ମନା କରୁଛି । ଅନ୍ୟପକ୍ଷରେ ଏହି ଆପଟି ଆଣ୍ଡ୍ରଏଡରେ ଉପଲବ୍ଧ ଅଛି ।

ଟ୍ରାଇର ନୂଆ ନିୟମ ଅନୁସାରେ ଏଥର ଆପଣଙ୍କ ବିନା ଅନୁମତିରେ କୌଣସି ରିଅଲ ଇଷ୍ଟେଟ ସଂସ୍ଥା, ବୀମା କମ୍ପାନି କିମ୍ବା କୌଣସି କ୍ରେଡିଟ କାର୍ଡ କମ୍ପାନି ଆପଣଙ୍କୁ ଫୋନ କରି ବିରକ୍ତ କରିପାରିବ ନାହିଁ । ଦୁଇଦିନ ତଳେ ଟ୍ରାଇ ଏ ନେଇ କଠୋର କଟକଣା ଲାଗୁ କରିଛି । ନୂଆ ନିୟମ ଅନୁସାରେ ଏଣିକି ଟେଲିମାର୍କେଟିଂ କଲ ପାଇଁ ଉପଭୋକ୍ତାଙ୍କ ଅନୁମତି ନେବାକୁ ହେବ । ପୁଣି ମାର୍କେଟିଂ କଲ ଗୁଡ଼ିକ କେବଳ ପଂଜୀକୃତ ଟେଲିମାର୍କେଟିଂ ସଂସ୍ଥାମାନଙ୍କ ମାଧ୍ୟମରେ କରାଯାଇପାରିବ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.