ଗୋବିନ୍ଦଙ୍କ ବିରୋଧରେ ଆସିଲା ସାଂଘାତିକ ଅଭିଯୋଗ: ଟ୍ରାକ୍ଟର ଚପାଇ ଝିଅକୁ ହତ୍ୟା କରିଥିବା କହିଲେ ବଲାଙ୍ଗିରର ମୋତିଲାଲ ନାଏକ 

156

କନକ ବ୍ୟୁରୋ: ମମିତା ହତ୍ୟା ମାମଲାରେ ଗିରଫ ଗୋବିନ୍ଦ ସାହୁ ନାଁରେ ପୁଣିଏକ ସାଂଘାତିକ ଅଭିଯୋଗ । ଅଷ୍ଟମ ଶ୍ରେଣୀରେ ପଢୁଥିବା ରାଜେଶ୍ୱରୀ ନାୟକଙ୍କୁ ୨୦୦୦ ମସିହା ଅଗଷ୍ଟ ୮ ତାରିଖରେ ଗୋବିନ୍ଦ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ତାଙ୍କ ବାପା । ବଲାଙ୍ଗୀରର ମୋତିଲାଲ ନାୟକ କହିଛନ୍ତି ଭାଇ ମୀନ ସାହୁକୁ ଲଗାଇ ଝିଅ ରାଜେଶ୍ୱରୀଙ୍କୁ ଟ୍ରାକ୍ଟର ଚଢାଇ ଅତି ନିର୍ମମ ଭାବେ ହତ୍ୟା କରିଥିଲା ଗୋବିନ୍ଦ ।

ଏନେଇ ସେ କେ ଗାଁ ଥାନାରେ ଏତଲା ଦେଇଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା ବୋଲି କହିଛନ୍ତି ମୋତିଲାଲ । ୧୯୯୭ ପଂଚାୟତ ନିର୍ବାଚନରେ ମୋତିଲାଲଙ୍କ ଭାଇ ସମିତି ସଭ୍ୟ ଭାବେ ବିଜୟୀ ହୋଇଥିଲେ । ଆଉ ପରାଜିତ ହୋଇଥିଲେ ଗୋବିନ୍ଦ ସାହୁର ସମର୍ଥିତ ପ୍ରାର୍ଥୀ ନୃପରାଜ ସିଂହ । ଏହି ପରାଜୟରେ ଉତକ୍ଷିପ୍ତ ହୋଇ ପଂଚାୟତ ସମିତି ଷ୍ଟ୍ରଙ୍ଗରୁମରେ ଥିବା ଭୋଟ୍ ବାକ୍ସକୁ ପେଟ୍ରୋଲ ଢାଳି ପୋଡି ଦଇଥିଲା ଗୋବିନ୍ଦ ।

ଏଥିସହ ମୋତିଲାଲ ଓ ତାଙ୍କ ପରିବାର ଉପରେ ରାଗ ରଖି ଝିଅକୁ ହତ୍ୟା କରିଥିଲା ବୋଲି କହିଛନ୍ତି ମୋତିଲାଲ ନାୟକ । ଗୋବିନ୍ଦ ସାହୁ ଜଣେ ଛୋଟିଆ ଠିକାଦାର ଭାବେ ପ୍ରଥମେ କାମ ଆରମ୍ଭ କରିଥିବାବେଳେ ଜେଇମାନଙ୍କୁ ବିଭିନ୍ନ ବାଟରେ ବ୍ଲାକମେଲ କରୁଥିଲା ବୋଲି ସେ ସାଂଘାତିକ ଅଭିଯୋଗ କରିଛନ୍ତି ।