ଦୁନିଆରେ ରହିଛି ଏମିତି କିଛି ବିଳାଶପୂର୍ଣ୍ଣ ଜେଲ, ଯେଉଁଠି କଏଦୀଙ୍କୁ ମିଳେ ପଞ୍ଚତାରକା ହୋଟେଲ ଭଳି ସୁବିଧା

87

କନକ ବ୍ୟୁରୋ : ଆପଣ ନିଶ୍ଚିତ ଭାବେ ପଞ୍ଚତାରକା ହୋଟେଲ ବାବଦରେ ଜାଣିଥିବେ । ହେଲେ ଯଦି କେହି ଆପଣଙ୍କୁ ପଞ୍ଚ ତାରକା ଜେଲ ବାବଦରେ କହେ ତ ଆପଣ ବିଶ୍ୱସ କରବେ କି ? ଅବଶ୍ୟ ଏହା ଆପଣଙ୍କ ବିଶ୍ୱାସଯୋଗ୍ୟ ହୋଇ ନପାରେ । ବାସ୍ତବରେ ବିଶ୍ୱରେ ଏମିତି କିଛି ଜେଲ ରହିଛି ଯେଉଁଠି କଏଦୀ ମାନଙ୍କ ପଞ୍ଚତାରକା ହୋଟେଲ ଭଳି ସୁବିଧା ମିଳିଥାଏ ।

ସମସ୍ତେ ଜାଣନ୍ତି କି ଜେଲର ଅର୍ଥ ଅନ୍ଧାର କୋଠରୀରେ ରହିବା, ଖରାପ ଖାଦ୍ୟ ଖାଇବା । ହେଲେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ବିଶ୍ୱର ଏମିତି କିଛି ଜେଲ ରହିଛି ଯେଉଁଠି କଏଦୀମାନେ ଅତି ବିଳାଶପୂର୍ଣ୍ଣ ଜୀବନ କାଟିଥାନ୍ତି । ଏହି ଜେଲମାନଙ୍କରେ ବନ୍ଦ ଥିବା କଏଦୀଙ୍କୁ ସବୁ ପ୍ରକାର ସୁବିଧା ଯୋଗାଇ ଦିଆଯାଇଥାଏ । ଆସନ୍ତୁ ଜାଣିବା ଏହି ଜେଲମାନଙ୍କରେ କଏଦୀମାନଙ୍କୁ କି ପ୍ରକାରର ସୁବିଧା ଉପଲବ୍ଧ ହୋଇଥାଏ ।

ଜଷ୍ଟିସ ସେଣ୍ଟର ଲିୟୋବେନ :  ଏହି ଜେଲ ଅଷ୍ଟ୍ରିଆର ପାହାଡିଆ ଅଞ୍ଚଳ ଲିୟୋବେନ ଠାରେ ଅବସ୍ଥିତ । ଏହି ଜେଲରେ ପଞ୍ଚତାରକା ହୋଟେଲ ଭଳି ସମସ୍ତ ସାମଗ୍ରୀ ଉପଲବ୍ଧ । ଏଠାରେ ଜିମ୍, ସ୍ପା ସହିତ ଅନେକ ପ୍ରକାର ଇନଡୋର ଗେମ ଖେଳିବାର ସୁବିଧା ରହିଛି । ଏହିସହ ଏହି ଜେଲରେ କଏଦୀମାନଙ୍କ ପାଇଁ ବ୍ୟକ୍ତିଗତ ବାର୍ଥରୁମ, ବେଡ ରୁମ, ଓ ରୋଷେଇଘରର ସୁବିଧା ବି ରହିଛି ।

ଜେବିଏ ଫୁଇସବଟେଲ ପ୍ରିଜମ୍  : ଏହି ଜେଲ ଜର୍ମାନରେ ଅବସ୍ଥିତ । ଏହି ଜେଲରେ ବି କଏଦୀଙ୍କୁ ବେଡ, କାଉଚ୍, ବ୍ୟକ୍ତିଗତ ବାର୍ଥରୁମ ଭଳି ସୁବିଧା ମିଳିଥାଏ । ଏହାସହ ଏଠାରେ କଏଦୀମାନଙ୍କୁ ଲଣ୍ଡ୍ରୀ ମେସିନ ଓ କନଫରେନ୍ସ ରୁମ ଭଳି ସୁବିଧା ଯୋଗାଇ ଦିଆଯାଏ ।

ଏଚଏମପି ଏଟିବେଲ : ସ୍କଟଲାଣ୍ଡରେ ଥିବା ଏହି ଜେଲରେ କଏଦୀମାନଙ୍କୁ ଭଲ ମଣିଷ କରିବାକୁ ପୁରା ପ୍ରୟାସ କରାଯାଏ । ସବୁଠାରୁ ବଡକଥା ଏଠାରେ ରହୁଥିବା କଏଦୀମାନଙ୍କୁ ୪୦ ସପ୍ତାହ ପର୍ଯ୍ୟନ୍ତ ଉତ୍ପାଦକ କୌଶଳ ଉପରେ ଟ୍ରେନିଂ ଦିଆଯାଏ । ଉର୍ଦ୍ଦେଶ୍ୟ ରହିଥାଏ କି କଏଦୀମାନେ ଜେଲରୁ ମୁକ୍ତ ହେବାପରେ ବାହାରେ ଜଣେ ସୁସ୍ଥ ନାଗରିକ ହିସାବରେ ଜୀବନ ବିତାଇ ପାରିବ ।

ଓଟୈଗୋ କରେକ୍ସନ ଫ୍ୟାସଲିଟି : ନ୍ୟୁଜିଲାଣ୍ଡର ଏହି ଜେଲ ବିଶ୍ୱର ସବୁଠାରୁ ନିଆରା ଜେଲଭାବେ ପରିଗଣନା କରାଯାଏ । ଏହି ଜେଲରେ ସୁରକ୍ଷା ବ୍ୟବସ୍ଥା ସବୁଠାରୁ କଡାକଡି । ଏଠାରେ ରହୁଥିବା କଏଦୀମାନଙ୍କୁ ସମସ୍ତ ସୁବିଧା ଥିବା କୋଠରୀ ମିଳିଥାଏ ।

ଚେପ୍ –ଡଲାନ ପ୍ରିଜିମ୍ : ସ୍ୱିଜରଲାଣ୍ଡରେ ଏହି ଜେଲ ରହିଛି । ଗୋଟିଏ ସମୟରେ କଏଦୀଙ୍କ ସଂଖ୍ୟାକୁ ନେଇ ଏହି ଜେଲ ବେସ୍ ବଦନାମ ହୋଇଥିଲା । ହେଲେ ଆଜି କଏଦୀମାନଙ୍କ ପାଇଁ କୌଣସି ପଞ୍ଚତାରକା ହୋଟେଲରୁ କମ୍ ନୁହେଁ ଏହି ଜେଲ ।