ବିଶାଖାପାଟଣା ଅଚ୍ୟୁତପୂରମରେ ଗ୍ୟାସ ଲିକ୍। ୩୦ ଅସୁସ୍ଥ ଡାକ୍ତରଖାନାରେ ଭର୍ତ୍ତି। 

132

କନକ ବ୍ୟୁରୋ:  ଆନ୍ଧ୍ରପ୍ରଦେଶ ବିଶାଖାପାଟଣାର ଅଚ୍ୟୁତପୁରମରେ ଶୁକ୍ରବାର ଗ୍ୟାସ ଲିକ୍ ହୋଇଛି । ପେରସ ଲାବରୋଟୋରୀ ପ୍ରାଇଭେଟ ଲିମିଟେଡ କମ୍ପାନୀରେ ଅଚାନକ ଗ୍ୟାସ ଲିକ ପରେ ୩୦ ମହିଳାଙ୍କୁ ତୁରନ୍ତ ଡାକ୍ତରାଖାନାରେ ଭର୍ତ୍ତି କରାଯାଇଛି । ପୋଲିସ କହିଛି ବର୍ତ୍ତମାନ ମହିଳାଙ୍କ ସ୍ଥିତି ଠିକ୍ ରହିଛି । ଗ୍ୟାସ ଲିକ ମାମଲାର ଯାଞ୍ଚ ଆରମ୍ଭ ହେବା ସହ ତଦନ୍ତ ଜାରିରହିଛି । ତେବେ ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ପେରସ ଲାବରୋଟୋରୀରେ ଗ୍ୟାସ ଲିକ ପରେ ୩୦ ମହିଳାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଅସୁସ୍ଥଙ୍କ ମଧ୍ୟରୁ ୪ ଜଣ ମହିଳା ଘଟଣାସ୍ଥଳରେ ହିଁ ଚେତାଶୂନ୍ୟ ହୋଇପଡିଥିଲେ ।

ବିଶାଖାପାଟଣାର ଏସପି ଗୌତମ ସାଲି କହିଛନ୍ତି, ବର୍ତ୍ତମାନ ଡାକ୍ତରଖାନାରେ ଥିବା ମହିଳାଙ୍କ ଅବସ୍ଥା ସୁସ୍ଥ ରହିଛି । ସେପଟେ ମୃତ୍ୟୁ ନେଇ କୌଣସି ସୂଚନା ଆସିନଥିବା ବେଳେ ପୋଲିସ ତଦନ୍ତ ଜାରିରଖିଛି । ପେରସ କମ୍ପାନୀ ପଶୁ ଚିକିତ୍ସା ସମ୍ପନ୍ଧୀୟ କମ୍ପାନୀ । ଏହା ପାଖରେ ବ୍ରାଣ୍ଡିକ୍ସ ନାଁରେ ଗୋଟିଏ କପଡା କରାଖାନା ରହିଛି । ଏହି କମ୍ପାନୀ ଏକ ହଜାର ଏକର ବ୍ୟାପିରହିଛି । ଏହା ଭିତରେ ମଧ୍ୟ ସିଡସ ଅପରେଲ ଇଣ୍ଡିଆ ନାମକ ଆଉ ଗୋଟିଏ କମ୍ପାନୀ ରହିଛି ।

ସେ ଆହୁରି ମଧ୍ୟ କହିଛନ୍ତି, ଏଠି ଗୋଟିଏ ସିଫ୍ଟରେ ୧୮ ଶହ ଜଣ କାମ କରିଥାନ୍ତି । ପେରସ କମ୍ପାନୀର ସ୍କ୍ରବର ଅଞ୍ଚଳରେ ଗ୍ୟାସ ଲିକ ହୋଇଛି । ଏହା ପାଖରେ ଥିବା କମ୍ପାନୀରେ ଆମୋନିଆ ଗ୍ୟାସ ଲିକ ହୋଇଛି । ଗ୍ୟାସ ଲିକ ପରେ ଭିତରେ ଥିବା ସମସ୍ତ କର୍ମଚାରୀ ବାନ୍ତି କରିଥିଲେ । ସମସ୍ତଙ୍କୁ ସେଠାରୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଦ୍ୱିପ୍ରହର ୧୨.୩୦ ମିିିନିଟରେ ଏହି ଘଟଣା ସାମ୍ନାକୁ ଆସିଥିଲା ।