କନକ ନ୍ୟୁଜରେ ଧରା ପଡିଲା ଆନ୍ଧ୍ରର ଚାଲାକି । ବିଭିନ୍ନ ପ୍ରଲୋଭନ ଦେଖାଇ ଓଡିଶା ସ୍କୁଲରୁ ପିଲାଙ୍କୁ ନେଇ ଯାଉଥିବା ଅଭିଯୋଗ

144

କନକ ବ୍ୟୁରୋ : କନକ ନ୍ୟୁଜ କ୍ୟାମେରାରେ କୋଟିଆରେ ଆନ୍ଧର ଝାଟି ମାଟିର ତେଲୁଗୁ ସ୍କୁଲ । କୋଟିଆର ବିକାଶ ପାଇଁ ଜିଲ୍ଳା ପ୍ରଶାସନ ଦିନ ରାତି ଏକ କରି ରାଜ୍ୟ ସରକାର କୋଟିଆ ମିଶନକୁ ପୁରା କରୁଥିବା ବେଳେ ଆନ୍ଧ୍ର, ଗଳା ବାଟ ଦେଇ କେତେବେଳେ ରାସ୍ତା ନିର୍ମାଣ କରୁଛି ତ କେତେବେଳେ ପଟା ବାଂଟୁଛି । ଆଉ ଓଡିଶା ନେତାଙ୍କୁ ଦେଖି ଆନ୍ଧ୍ର ପ୍ରଶାସନିକ ଅଧିକାରୀ ପଳାୟନ କରୁଛନ୍ତି ।
ଏବେ କୋଟିଆରେ ଓଡ଼ିଆ ବିଦ୍ୟାଳୟ ରହିଥିବା ବେଳେ ଆନ୍ଧ୍ର ନିଜର ଚାଲାକି ଦେଖାଇ ଫାଟୁସିନେରିରେ ଏକ ଝାଟି ମାଟିରେ ବିଦ୍ୟାଳୟ କରି ସେଥିରେ ତେଲୁଗୁ ଭାଷା ଶିଖାଇବା କାମ ଆରମ୍ଭ କରିଛି । ଆଉ ପିଲାଙ୍କୁ ଅଣ୍ଡା ଭାତ ଖାଇବା ଲାଳସା ଦେଖାଇ ଆକୃଷ୍ଟ କରୁଛି । କନକ ନ୍ୟୁଜ କ୍ୟାମେରାରେ ଧରା ପଡ଼ିଯାଇଛି ଆନ୍ଧ୍ରର ଚାଲାକି । ଗୋଟିଏ ପଟେ ଓଡ଼ିଶାର ପକ୍କା ଘର ଥିବା ବିଦ୍ୟାଳୟ ରହିଥିବା ବେଳେ ସେହି ସ୍କୁଲରେ ପଢ଼ୁଥିବା ପିଲାଙ୍କୁ ଲାଳସା ଦେଖାଇ ନିଜର ଝାଟି ମାଟି ସ୍କୁଲକୁ ନେଇ ଯାଉଛି ।