ସ୍ନାନ ପୂର୍ଣିମାଠାରୁ ଅଣସର ଘରେ ଅସୁସ୍ଥ ଶ୍ରୀଜିଉ ! ଆରୋଗ୍ୟ କରିବାପାଇଁ ଶରୀରରେ ଲାଗିହେଲା ଫୁଲୁରୀ ତେଲ

37

କନକ ବ୍ୟୁରୋ : ସ୍ନାନ ପୂର୍ଣିମାଠାରୁ ଅଣସର ଘରେ ଶ୍ରୀଜିଉ । ମହାଜ୍ୱରରେ ଏବେ ପିଡୀତ ଅଛନ୍ତି କାଳିଆ ଠାକୁର । ଆଉ ଠାକୁରଙ୍କୁ ଏହି ଜ୍ୱରରୁ ଆରୋଗ୍ୟ କରାଇବା ପାଇଁ ଏବେ ସେବାୟତମାନେ ଜୋରସୋରରେ ଲାଗିପଡିଛନ୍ତି । ବିଶେଷ କରି ଶ୍ରୀଜିଉଙ୍କ ଶରୀରର ଉତାପ କମାଇବା ପାଇଁ ଶୀତଳ, ସୁଗନ୍ଧଭରା ଫୁଲୁରୀତେଲ ଲାଗି କରାଯାଇଛି । ଶ୍ରୀଜିଉଙ୍କ ଅଂଗସେବକ ଦଇତାପତିମାନେ ଏହି ତେଲକୁ ଲାଗି କରାଯାଇଛି ।

ଶ୍ରୀ ମନ୍ଦିରର ପରଂପରା ଅନୁଯାୟୀ ବଡଓଡିଆ ମଠରୁ ପ୍ରତିବର୍ଷ ଶ୍ରୀଜିଉଙ୍କ ପାଇଁ ପଠାଯାଏ ଫୁଲୁରୀ ତେଲ । ଏହି ତେଲକୁ ବର୍ଷକ ଆଗରୁ ପ୍ରସ୍ତୁତ କରାଯାଇ ମାଟିହାଣ୍ଡିରେ ପୋତି ରଖା ଯାଇଥାଏ । ଏଥିରେ ରାଶିତେଲ, ଜଡିବୁଟି, ସୁଗନ୍ଧିତ ପୁଷ୍ପ ସହ ଅନ୍ୟାନ୍ୟ ପ୍ରସାଧନ ସାମଗ୍ରୀ ଦିଆଯାଇ ପ୍ରସ୍ତୁତ କରାଯାଇଥାଏ । ମହାସ୍ନାନ ପରେ ମହାପ୍ରଭୁଙ୍କ ଆରୋଗ୍ୟ ପାଇଁ ଏବେ ଦଇତାପତିମାନେ ବ୍ୟସ୍ତ ।