ପୃଥିବୀ ଆଡକୁ ମାଡି ଆସୁଛି ବଡ ବିପଦ, ଦ୍ରୁତ ଗତିରେ ଆସୁଛି କ୍ଷୁଦ୍ରଗ୍ରହ! ସେପ୍ଟେମ୍ବର ୧୪ରେ ଗତି କରିବ, ପୃଥିବୀ ସହ ଧକ୍କା ହେଲେ ଦେଖାଦେବ ସାଂଘାତିକ ସ୍ଥିତି ?

1,575

ପୃଥିବୀ ଆଡକୁ ମାଡି ଆସୁଛି ବଡ ବିପଦ । ଆଉ ଏହାର ପ୍ରଭାବରେ ପୃଥିବୀରେ ହୋଇପାରେ ମହାପ୍ରଳୟ । କାରଣ ମହାକାଶରୁ ପୃଥିବୀ ଆଡକୁ ମାଡି ଆସୁଛି ଏକ କ୍ଷୁଦ୍ରଗ୍ରହ ବା ପଥର ଖଣ୍ଡ ୨୦୦୦ QW7 । ଏହି ପଥରଖଣ୍ଡ ପୃଥିବୀ ସହ ଧକ୍କା ହେଲେ ପୂରା ବିଶ୍ୱରେ ଭୟଙ୍କର ସ୍ଥିତି ଉପୁଜିବ ।

ଆମେରିକା ମହାକାଶ ସଂସ୍ଥା ନାସା ଅନୁଯାୟୀ, ସିଡନୀ ହାର୍ବର ବ୍ରିଜ୍ ଲମ୍ବର ଏହି ପଥରଖଣ୍ଡ ପୃଥିବୀ ଆଡକୁ ଦ୍ରୁତ ଗତିରେ ମାଡି ଆସୁଛି । ଘଣ୍ଟା ପ୍ରତି ୨୩,୧୦୦ କିଲୋମିଟର ବେଗରେ ଏହା ପୃଥିବୀ ଆଡକୁ ଆସୁଛି । ସେପ୍ଟେମ୍ବର ୧୪ରେ ଏହି ପଥରଖଣ୍ଡ ପୃଥିବୀ ଠାରୁ ୫.୩ ମିଲିୟନ୍ କିଲୋମିଟର ଦୂରରେ ଗତି କରିବ । ଯାହା ପୃଥିବୀ ଓ ଚନ୍ଦ୍ର ମଧ୍ୟରେ ଥିବା ଦୂରତାର ୧୩.୮୭ ଗୁଣ । କିନ୍ତୁ ଏହାସତ୍ତେ୍ୱ ମଧ୍ୟ ପୃଥିବୀ ପାଇଁ ବଡ ସଙ୍କଟ ଆଣିପାରେ ଏହି ପଥରଖଣ୍ଡ ।

ପୃଥିବୀ ଠାରୁ ୧୪୯.୬ ମିଲିୟନ୍ କିଲୋମିଟର ଦୂରରେ କୌଣସି ବସ୍ତୁ ଗତି କଲେ ଏହାକୁ ପୃଥିବୀର ନିକଟରେ ଗତି କରୁଛି ବୋଲି ଧରି ନିଆଯାଇଥାଏ । ତେବେ ପ୍ରାୟ ୨୧୦୦ ଫୁଟର ଏହି ବିଶାଳକାୟ ପଥରଖଣ୍ଡ ପୃଥିବୀ ଠାରୁ ମାତ୍ର ୫.୩ ମିଲିୟନ କିଲୋମିଟର ଦୂରରେ ଗତି କରିବ । ତେଣୁ ବିଶ୍ୱବାସୀଙ୍କ ପାଇଁ ଏବେ ଏହା ଚିନ୍ତାର କାରଣ ପାଲଟିଛି ।

ଏହି କ୍ଷୁଦ୍ରଗ୍ରହ ଗୁଡିକ ପୃଥିବୀ ଭଳି ସୂର୍ଯ୍ୟର ପରିକ୍ରମା କରୁଛନ୍ତି । ଶେଷଥର ପାଇଁ ଏହି କ୍ଷୁଦ୍ରଗ୍ରହକୁ ୧ ସେପ୍ଟେମ୍ବର ୨୦୦୦ ମସିହାରେ ଦେଖିବାକୁ ମିଳିଥିଲା । ତେବେ ଏହାପରେ ଏହି ପଥରଖଣ୍ଡ ଦୃଶ୍ୟମାନ ହୋଇନଥିଲା । କିନ୍ତୁ ଜୁଲାଇ ଓ ଅଗଷ୍ଟ ମାସରେ ପୁଣିଥରେ ଏହି ପଥରଖଣ୍ଡ ଦୃଶ୍ୟମାନ ହେବା ବୈଜ୍ଞାନିକଙ୍କ ଚିନ୍ତା ବଢାଇଛି । ଏହାପୂର୍ବରୁ ୧୯୦୮ ମସିହାରେ ଏକ କ୍ଷୁଦ୍ରଗ୍ରହ ପୃଥିବୀ ସହ ଧକ୍କା ହେବା ପୂର୍ବରୁ ଜଳି ନଷ୍ଟ ହୋଇଥିଲା । କିନ୍ତୁ ଏହାର ପ୍ରଭାବରେ ସାଇବେରିଆର ଦୁଙ୍ଗୁସ୍କାରେ ୧୦୦ ମିଟରର ଏକ ବଡ ଗାତ ହୋଇଥିଲା । ଯେଉଁଥିରେ ପାଖାପାଖି ୮ କୋଟି ଗଛ ଆଖି ପିଛୁଳାକେ ନଷ୍ଟ ହୋଇ ଯାଇଥିଲା ।