ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହଙ୍କ ଦୃଢୋକ୍ତି ! କହିଲେ, ୨୦୧୯ରେ ଓଡିଶାର ଦୁଇ ତୃତୀୟାଂଶ ବହୁମତ ପାଇବ ଦଳ

31

କନକ ବ୍ୟୁରୋ : ବିଜେପିର ଜାତୀୟ ସଭାପତି ଅମିତ ଶାହ ଗଞ୍ଜାମରେ ପହଂଚିବା ପରେ ତାଙ୍କୁ ସମ୍ବର୍ଧନା ଦିଆଯାଇଥିଲା । ହୁଗୁଳାପଟାରେ ସେ ବୁଥ କାଯ୍ୟକର୍ତା ସମ୍ମିଳନୀରେ ଯୋଗଦେଇଥିଲେ । ଏଠାରେ ଅମିତ ଶାହ କହିଛନ୍ତି, ବିଜେପିର ଟାର୍ଗେଟ ହେଉଛି ୨୦୧୯ । ୨୦୧୯ରେ ସେ ଓଡିଶାରେ ବିଜେପି ସ୍ପଷ୍ଟ ବହୁମତ ପାଇବ ବୋଲି ଦୃଢୋକ୍ତି କରିଛନ୍ତି ଅମିତ ଶାହା ।

ସେ କହିଛନ୍ତି, ୨୦୧୯ରେଦଳ ଦୁଇ ତୃତୀୟାଂଶ ବହୁମତ ପାଇ ସରକାର ଗଢିବ । ରାଜ୍ୟରେ ୩୬ ହଜାର ବୁଥରେ ବୁଥ କମିଟି ଗଠନ ହେବ । ରାଜ୍ୟ ସରକାରଙ୍କୁବି ଟାର୍ଗେଟ କରିଛନ୍ତି ବିଜେପିର ଜାତୀୟ ସଭାପତି । ସେ କହିଛନ୍ତି, ଏ ଯାଏଁ ରାଜ୍ୟର ଲୋକଙ୍କ ପାଖରେ ବିଜୁଳି, ପାଣି ପଂହଚିପାରିନି । ରାଜ୍ୟରେ ବେକାରୀ ବଢିଛି ।