ବଲାଙ୍ଗିରରେ ଧାନକିଣାରେ ବ୍ୟାପକ ଦୁର୍ନୀତିର ଅଭିଯୋଗ: ପ୍ୟାକ୍ସ ବଦଳରେ ରାଇସ ମିଲରେ ହେଉଛି ଧାନ କିଣା

64

କନକ ବ୍ୟୁରୋ: ବଲାଙ୍ଗୀର ଜିଲ୍ଲାରେ ଧାନ କିଣାବିକାରେ ଦୁର୍ନୀତି । ଅଧିକାରୀଙ୍କ ଛତ୍ରଛାୟାରେ ବେଧଡ଼କ ମିଲର୍ସ ଓ ପ୍ୟାକ୍ସ ସମ୍ପାଦକମାନେ ଚାଷୀଙ୍କୁ ହଇରାଣ କରୁଛନ୍ତି । ଚାଷୀ କଠିନ ପରିଶ୍ରମ କରି ଝାଳ ବୁହାଇ ଧାନ ଅମଳ କରିଥାଏ । ହେଲେ ବିକ୍ରି ସମୟରେ ବିଭିନ୍ନ ଆଳରେ ମିଲର୍ସ ମନ ଇଚ୍ଛା କଟନୀ ଛଟନୀ କରିଥାନ୍ତି । ବଲାଙ୍ଗିରର ବିକାଶ ରାଇସ ମିଲର ,ଯେଉଁ ମିଲରେ ଗତ ୨୦୨୧ ମସିହା ଜୁନ ୧୪ ତାରିଖରେ ଧାନ କିଣାରେ ଅନନିୟମତା ନେଇ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ସିଲ କରାଯାଇଥିଲା । ସେହି ମିଲ ପୁଣି ଏଥର କୁତୁର୍ଲା ପ୍ୟାକ୍ସର କର୍ମଚାରୀ ସହ ସଲାସୁତୁରା କରି ମିଲରେ ଧାନ କିଣାବିକାରେ ଦୁର୍ନୀତି ହେଉଥିବା ଜଣାପଡ଼ିଛି । ଚାଷୀଙ୍କ ବାରମ୍ବାର ବିରୋଧ ପରେ ବି ଶୁଣୁ ନାହିଁ ବିକାଶ ରାଇସ ମିଲର ମାଲିକ । ଅନ୍ୟପଟେ ଅତି ଭଲ ଭାବେ ଜିଲ୍ଲାରେ ଧାନ କିଣାବିକା ଚାଲିଥିବାର ବାଃ ବାଃ ନେବାରେ ସିଏଓଙ୍କୁ କିଛି ଦିଶୁ ନାହିଁ ।