ଜ୍ୱରରେ ପୀଡ଼ିତ ଶ୍ରୀଜିଉଙ୍କ ପାଇଁ ପଠାଗଲା ଫଳଭାର। କାକଟପୁର ବିଶ୍ୱାମିତ୍ର ଆଶ୍ରମ ଓ ଦେଉଳୀ ମଠରୁ ଶଗଡ଼ିରେ ପହଞ୍ଚିଲା ଫଳ।

57

କନକ ବ୍ୟୁରୋ: ଅଣସର ପିଣ୍ଡିରେ ଜ୍ୱରରେ ପୀଡ଼ିତ ମହାପ୍ରଭୁଙ୍କ ପାଇଁ କାକଟପୁର ବିଶ୍ୱାମିତ୍ର ଆଶ୍ରମରୁ ଶୀକ୍ଷେତ୍ରରେ ଫଳଭାର ପହଞ୍ଚିଛି । ସ୍ନାନପୂର୍ଣ୍ଣିମାରେ ମହାପ୍ରଭୁ ସ୍ନାନ କରି ଏବେ ଅଣସର ପିଣ୍ଡିରେ ଜ୍ୱରରେ ପୀଡ଼ିତ ହୋଇଛନ୍ତି । ଏହି ସମୟରେ ମହାପ୍ରଭୁଙ୍କୁ ସୁସ୍ଥ କରିବା ପାଇଁ ବିଭିନ୍ନ ଚେରମୂଳୀ ମହୋଷଧି ଦ୍ୱାରା ସେବା କରାଯାଉଛି । ପ୍ରଭୁଙ୍କ ପାଖରେ ଏହି ସମୟରେ ମହାପ୍ରସାଦ ପରିବର୍ତେ ଫଳମୂଳ ପ୍ରସାଦ ଭାବରେ ଅପର୍ଣ କରାଯାଇଥାଏ । ଏହି ପରମ୍ପରା ମାଧ୍ୟମରେ କାକଟପୁର ମହର୍ଷି ବିଶ୍ୱାମିତ୍ର ଆଶ୍ରମରୁ ଫଳଭାର ଆସିଛି । ଆମ୍ବ, ପଣସ, କଦଳୀ, ସପୁରୀ ଓ ନଡ଼ିଆ ସହ ଭଳିକି ଭଳି ଫଳଭର ଶ୍ରୀକ୍ଷେତ୍ରରେ ପହଞ୍ଚିଛି।