ଠାକୁରଙ୍କୁ ବି ଛାଡ଼ିଲେନି ଚୋର: ଜଗତସିଂହପୁର ଗୋରଖନାଥ ପୀଠରେ ଥିବା ହୁଣ୍ଡିରୁ ଲୁଟିନେଲେ ଟଙ୍କା

116

କନକ ବ୍ୟୁରୋ: ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଗୋରେଖନାଥ ପୀଠରୁ ଚୋରି । ମଙ୍ଗଳବାର ରାତିରେ ମନ୍ଦିରର ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି ଲୁଟେରା । ଗତ ୬ ମାସ ତଳେ ହୁଣ୍ଡିରୁ ଟଙ୍କା ଗଣାଯାଇଥିଲା । ସେବେଠାରୁ ଶ୍ରଦ୍ଧାଳୁ ଟଙ୍କା ଦାନ କରିଚାଲିଛନ୍ତି । ତେବେ ମଙ୍ଗଳବାର ରାତିରେ ଦୁଇଜଣ ଲୁଟେରା ହୁଣ୍ଡି ଭାଙ୍ଗି ଏକ ଅଖାରେ ଟଙ୍କା ଭର୍ତି କରି ଲୁଟି ନେଇଥିବା ସିସିଟିଭିରେ କଏଦ ହୋଇଛି । ଘଟଣାସ୍ଥଳରେ ତିର୍ତୋଲ ପୋଲିସ୍ ପହଂଚି ତଦନ୍ତ ଆରମ୍ଭ କରିଛି । ତେବେ ମନ୍ଦିର ପରିସରରେ ପୋଲିସ୍ ଫାଣ୍ଡି ଥାଇ କିପରି ହୁଣ୍ଡିରୁ ଟଙ୍କା ଚୋରି ହେଲା, ତାକୁ ନେଇ ପ୍ରଶ୍ନ ଉଠିଛି ।