ପାର୍ବଣ ଋତୁରେ ଶସ୍ତା ବିମାନ ଯାତ୍ରାର ନିଅନ୍ତୁ ମଜା : ଏୟାର ଏସିଆ ଦେଉଛି ଫ୍ଲାଇଟ୍ ଟିକେଟ୍ ଉପରେ ଡିସକାଉଣ୍ଟ ସହିତ ସ୍ପେଶାଲ ପ୍ରୋମୋ ଅଫର 

67

ସବୁଠାରୁ ଶସ୍ତା ଫ୍ଲାଇଟ୍ ଟିକେଟ୍ ଦେଉଥିବା କମ୍ପାନୀ ଏୟାର ଏସିଆ ରବିବାର ଦିନ ପାର୍ବଣ ଋତୁକୁ ଦେଖି ଭଡାରେ ୭୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ସହିତ ସ୍ପେଶାଲ ପ୍ରୋମୋ ଅଫରର ଘୋଷଣା କରିଛନ୍ତି । କମ୍ପାନୀ ଦ୍ୱାରା କରାଯାଇଥିବା ଘୋଷଣା ମୁତାବକ, ଗ୍ରାହକ ୧୫ ଅକ୍ଟୋବର, ୨୦୧୮ରୁ ୩୦ ଜୁନ୍ ୨୦୧୯ ମଧ୍ୟରେ ଯାତ୍ରା ପାଇଁ ୧୫ ଅକ୍ଟୋବରରୁ ୨୮ ଅକ୍ଟୋବର, ୨୦୧୮ ମଧ୍ୟରେ ବୁକିଙ୍ଗ କରିପାରିବେ । ଏହି ଅଫର୍ ଏୟାର ଏସିଆ ଗ୍ରୁପ୍ ନେଟୱର୍କ ଦ୍ୱାରା ସଂଚାଳିତ ଯାତ୍ରା ଅର୍ଥାତ୍ ଏୟାର ଏସିଆ ଇଣ୍ଡିଆ, ଏୟାର ଏସିଆ ବେରହାଦ୍, ଥାଇ ଏୟାର ଏସିଆ ଓ ଏୟାର ଏସିଆ ଏକ୍ସରେ ଉପଲବ୍ଧ ।

ଏହି ଡିସକାଉଣ୍ଟ ଏୟାର ଏସିଆ ଡଟ୍ କମ୍ ଓ ଏୟାର ଏସିଆ ମୋବାଇଲ ଆପ୍ ଦ୍ୱାରା କରାଯାଇଥିବା ସମସ୍ତ ବୁକିଙ୍ଗ ଉପରେ ଲାଗୁ ହେବ । ଯାତ୍ରୀ ଏୟାର ଏସିଆ ଦ୍ୱାରା ଉଡିବାକୁ ଥିବା ୨୧ ଘରୋଇ ସ୍ଥାନ ଯେମିତି କି ବାଙ୍ଗାଲୁରୁ, ନୂଆ ଦିଲ୍ଲୀ, କୋଲକାତା, କୋଚି, ଗୋଆ, ଜୟପୁର, ଚଣ୍ଡିଗଡ, ପୁଣେ, ଗୈାହାଟି, ଇମ୍ଫାଲ, ବିଶାଖାପଟ୍ଟନମ୍, ହାଇଦ୍ରାବାଦ୍, ଶ୍ରୀନଗର, ବାଗଡୋଗରା, ରାଂଚି, ଭୁବନେଶ୍ୱର, ନାଗପୁର, ଇନ୍ଦୋର, ସୁରତ, ଅମୃତସର ଓ ଚେନ୍ନାଇ ଆଦି ପାଇଁ ଉଡାଣ ସେବା ବାଛିପାରିବେ ।

ଏହା ବ୍ୟତୀତ ଅନ୍ତର୍ରାଷ୍ଟ୍ରୀୟ ଯାତ୍ରୀ କୁଆଲାଲମ୍ପୁର, ବ୍ୟାଙ୍କକ୍, କ୍ରାବୀ, ସିଡନୀ, ଓକଲାଣ୍ଡ, ମେଲବର୍ଣ୍ଣ, ସିଙ୍ଗାପୁର, ବାଲି ଏବଂ ଅନେକ ସ୍ଥାନ ପାଇଁ ଉଡାଣ ସେବା ବାଛିପାରିବେ । ଏୟାର ଏସିଆ ବିଗ୍ ସଦସ୍ୟ ନିଜ ଏୟାର ଏସିଆ ବିଗ୍ ପଏଣ୍ଟର ଉପଯୋଗ କରି ଉଡାଣ ସେବା ରିଡିମ୍ କରି ସେଲ୍ ର ଲାଭ ଉଠାଇପାରିବେ ।