୧୪ ବର୍ଷରେ ୯୦୦ ଜଣ ଯୁବବର୍ଗଙ୍କୁ ଆଇଏଏସ୍ ଅଧିକାରୀ କରିଥିବା ଏହି ପ୍ରଫେସର କଲେ ଆତ୍ମହତ୍ୟା ! ଝୁରି ହେଉଛନ୍ତି ଛାତ୍ରଛାତ୍ରୀ ।

36

ସିଭିଲ୍ ସେବା ପରୀକ୍ଷା ପାଇଁ ଚେନ୍ନାଇର ପ୍ରସିଦ୍ଧ କୋଚିଙ୍ଗ୍ ସଂସ୍ଥା ଶଙ୍କର ଆଇଏଏସ୍ ଏକାଡେମୀର ସଂସ୍ଥାପକ ପ୍ରଫେସର ଶଙ୍କର ଦେବରାଜନ୍ ଫାସୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ଚେନ୍ନାଇ ସ୍ଥିତ ବାସଭବନରେ ତାଙ୍କ ମୃତ ଦେହକୁ ପୋଲିସ୍ ଜବତ କରିଛି । ତେବେ ପୋଲିସ ତାଙ୍କ ମୃତ ଶରୀରକୁ ପୋଷ୍ଟମଟମ୍ ପାଇଁ ପଠାଇ ଦେଇଛି । ତେବେ ଆତ୍ମହତ୍ୟାର କାରଣ ଏଯାଏଁ ସ୍ପଷ୍ଟ ହୋଇନଥିବା ବେଳେ ନିଜସ୍ୱ କାରଣରୁ ସେ ଏଭଳି କରିଥାଇ ପାରନ୍ତି ବୋଲି ଖବର ଶୁଣିବାକୁ ମିଳୁଛି । ପୋଲିସ୍ କହିବାନୁସାରେ ଦେବରାଜନ୍ ଙ୍କ ସହ ତାଙ୍କ ପତ୍ନୀଙ୍କ ଆତ୍ମହତ୍ୟା ପୂର୍ବଦିନ ରାତିରେ ଝଗଡା ହୋଇଥିଲା । ଯେଉଁଥିପାଇଁ ତାଙ୍କୁ ଆତ୍ମହତ୍ୟା କରିବାକୁ ପଡିଥାଇପାରେ । ଏହି ସମୟରେ ତାଙ୍କ ପଡୋଶୀ ଏବଂ ସ୍ତ୍ରୀ ତାଙ୍କୁ ପାଖ ଡାକ୍ତରଖାନା ମଧ୍ୟ ନେଇ ଯାଇଥିଲେ । ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଦେଲେ ।

ତେବେ ଶଙ୍କର ଦେବରାଜନ୍ ନିଜ କୋଚିଂ କ୍ଲାସ୍ ଶଙ୍କର ଆଇଏଏସ୍ ଏକାଡେମୀ ପାଇଁ ଚେନ୍ନାଇ ସମେତ ସମ୍ପୁର୍ଣ୍ଣ ଦେଶରେ ମଧ୍ୟ ଖୁବ୍ ପ୍ରସିଦ୍ଧ ଥିଲେ । ସେ ୨୦୦୪ ମସିହାରେ ଚେନ୍ନାଇରେ ଶଙ୍କର ଆଇଏଏସ୍ ଏକାଡେମୀର ଆରମ୍ଭ କରିଥିଲେ । ସେତେବେଳୁ ନେଇ ଆଜି ପର୍ଯ୍ୟନ୍ତ ସେ ୯୦୦ ଜଣ ଯୁବକଙ୍କ ଆଇଏଏସ୍ ହେବାର ସ୍ୱପ୍ନକୁ ସାକାର କରିଦେଇଥିଲେ । ତେବେ ଶଙ୍କରଙ୍କ ଏଭଳି ଅଚାନକ ରୁପେ ଦୁନିଆରୁ ଚାଲିଯିବାକୁ ତାଭ୍କ ଛାତ୍ରଛାତ୍ରୀ ବିଶ୍ୱାସ କରିପାରୁନାହାନ୍ତି । ତାଙ୍କର ଦୁଇ ଝିଅ ମଧ୍ୟ ଅଛନ୍ତି ।