ଫସଲ ନଷ୍ଟ ଯୋଗୁଁ ଆଉ ଜୀବନ ହାରିବେ ନାହିଁ ଚାଷୀ ! ଜମିରେ ରୋଗପୋକ ଲାଗିବା ପୂର୍ବରୁ ମିଳିଯିବ ସୂଚନା

41

ଫସଲରେ ରୋଗପୋକ ଲାଗି ପ୍ରତି ବର୍ଷ କୃଷକମାନେ ଅନେକ କ୍ଷୟକ୍ଷତି ସହୁଛନ୍ତି । ବର୍ଷକର କଠିନ ପରିଶମ ପରେ ମଧ୍ୟ କୋଟି କୋଟି ଟଙ୍କାର କ୍ଷତି ହେଉଛି । କୃଷକମାନେ ଆମ ଦେଶର ମେରୁଦଣ୍ଡ ସଦୃଶ । ତାଙ୍କ ପାଇଁ ହିଁ ସମସ୍ତଙ୍କ ପେଟକୁ ଦାନା ଯାଉଛି । ତେଣୁ ଦେଶର ମେରୁଦଣ୍ଡକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ସରକାର ନୂତନ ଗଠନମୂଳକ ପଦକ୍ଷେପମାନ ଗ୍ରହଣ କରୁଛନ୍ତି । କୃଷିରେ ବଡ ଧରଣର ଅଭିବୃଦ୍ଧି ପାଇଁ ଅନେକ ପଦକ୍ଷେପ ନିଆଯାଇଛି । ସରକାରଙ୍କ ବିଭିନ୍ନ ଯୋଜନା ସତ୍ୱେ ଏବେ ବି କୃଷକଙ୍କୁ ଉଚିତ୍ ସୁବିଧା ମିଳିପାରୁନାହିଁ । ଅଦିନିଆ ବର୍ଷା, ଅନାବୃଷ୍ଟି ଓ ଋଣ ବୋଝ ତଳେ ଦବିଯାଉଛନ୍ତି କୃଷକ । ଅନେକ ସମୟରେ କୃଷି ଉତ୍ପାଦିତ ସାମଗ୍ରୀରୁ ଠିକ ମୂଲ୍ୟ ନମିଳିବା ଓ ଋଣ ବୋଝ  ଓ କୃଷିରେ ରୋଗପୋକ ଲାଗି ଜୀବନ ହାରୁଛନ୍ତି ଚାଷୀ । ଯଦି ଚାଷୀଙ୍କୁ ପୂର୍ବରୁ ଜଣାପଡ଼ିଯାଏ ଜମିରେ ରୋଗପୋକ ଲାଗିବ, ତେବେ ସେ ଠିକ ସମୟରେ କିଛି ଉପାୟ ବାହାର କରିପାରନ୍ତା  । କିମ୍ବା ଫସଲରେ ପୋଷକ ତତ୍ୱର କମ ରହିଛି ବୋଲି ଯଦି ଆଗରୁ ଜଣାପଡ଼ିଯାଏ, ତେବେ ସମସ୍ୟାର ସମାଧାନ ବାହାର କରାଯାଇପାରନ୍ତା । ଏପରି ହେଲେ ଚାଷୀଙ୍କୁ ଅନେକ ସମସ୍ୟା ସମାଧାନ ହୋଇପାରନ୍ତା । କିଛି ବର୍ଷ ପୂର୍ବରୁ ଏସବୁ ହୁଏତ ଅସମ୍ବବ ଲାଗିଥାଆନ୍ତା ।  କିନ୍ତୁ ବର୍ତ୍ତମାନର ଆଧୁନିକ ଜ୍ଞାନକୌଶଳକୁ ନଜରରେ ରଖିଲେ ଜଣାପଡ଼ୁଛି ଏପରି କରିବା ସମ୍ଭବପର ।

ଚାଷୀଙ୍କୁ ଉପରୋକ୍ତ ସମସ୍ୟାରୁ ରକ୍ଷା କରିବା ପାଇଁ ଆସିଯାଇଛି ଡ୍ରୋନ କ୍ୟାମେରା । ସୀମାରେ ନଜର ରଖିବା ପରି ଚାଷ ଜମିରେ ଉପରେ କଡ଼ା ନଜର ରଖିବ ଡ୍ରୋନ କ୍ୟାମେରା । ରୋଗପୋକ ଲାଗିବା ପୂର୍ବରୁ ଡ୍ରୋନ୍ କ୍ୟାମେରା ଚାଷୀଙ୍କୁ ଆଲର୍ଟ କରିଦେବ । ଏହି ଡ୍ରୋନର ଲାଗିଥିବା କ୍ୟାମେରା ଓ ସେନସର କୃଷକଙ୍କ ପାଇଁ ଫସଲର ଆକଳନ କରି ରିପୋର୍ଟ ପ୍ରଦାନ କରେ । ଏପରି କରିବା ଦ୍ୱାରା କୃଷକଙ୍କ ଫସଲକୁ ରୋଗପୋକ ଓ ପ୍ରାକୃତିକ ଦୁର୍ବିପାକରୁ ରକ୍ଷା କରିପାରିବ । କିଛି ଦିନ ପୂର୍ବରୁ ଲକ୍ଷ୍ନୌରେ ଆୟୋଜିତ ହୋଇଥିବା କୃଷକ ମେଳାରେ ଜମିରେ ଡ୍ରୋନର ବ୍ୟବହାରକୁ ନେଇ ଏକ ଷ୍ଟଲ ଲାଗିଥିଲା । ଏହି ଜ୍ଞାନକୌଶଳ ଜରିଆରେ ମହାରାଷ୍ଟ୍ରର ଅନେକ ଆଖୁ ଚାଷୀଙ୍କୁ ହାଇଟେକ୍ ସେବା ପ୍ରଦାନ କରୁଥିବା । ଭାରତରୋହଣ ଏୟାରବୋର୍ଣ୍ଣ ଇଇନୋଭେସନ , Central Institute of Medicinal and Aromatic Plants ସହ ମିଶି ଏହି ଡ୍ରୋନ୍ କ୍ୟାମେରା ତିଆରି କରିଛନ୍ତି ।

ତେବେ ଏହି ଜ୍ଞାନକୌଶଳ ବ୍ୟବହାର କରିବା ପାଇଁ କୃଷକଙ୍କ ଜମିକୁ ପ୍ରତି ୭-୧୫ ଦିନରେ ଡ୍ରୋନ୍ କ୍ୟାମେରା ଧରି କମ୍ପାନୀର କିଛି କର୍ମଚାରୀ ଯଆନ୍ତି । ସେମାନେ ଜମି, ମାଟି ଓ ଫସଲ ବିଷୟରେ ତଥ୍ୟ ଏକାଠି କରି  ପରେ ଲ୍ୟାବରେ  ପରୀକ୍ଷାନିରୀକ୍ଷା କରନ୍ତି । କୃଷକଙ୍କୁ ୨ ରୁ ୩ ଦିନ ଭିତରେ ହିଁ ରପୋର୍ଟ ପ୍ରଦାନ କରାଯାଏ । ଯଦ୍ୱାରା ଜମିରେ ଆଗକୁ ରୋଗପୋକ ଲାଗିବ ବୋଲି ଚାଷୀଙ୍କୁ ସୂଚନା ମିଳିଯାଏ । ଏହି ଆଧୁନିକ ଜ୍ଞାନକୌଶଳ ଯୋଗୁଁ  କୃଷଙ୍କ ପରିଶ୍ରମ ସାର୍ଥକ ହୋଇପାରିବ । ଆଉ ଜୀବନ ହାରିବେ ନାହିଁ ଚାଷୀ ।  ସଂକ୍ରମଣ ହୋଇଥିବା ସ୍ଥାନ ବିଷୟରେ ଜାଣି ଉକ୍ତ ଗଛକୁ ଓପାଡ଼ି ଫଙ୍ଗିପାରିବେ  କିମ୍ବା କୀଟନାଶକ ସିଂଚନ କିରପାରିବେ । ଏପରି ହେବା ଦ୍ୱାରା କୃଷକର ପରିଶ୍ରମ ଓ ଟଙ୍କା ବଞ୍ଚିଯାଏ ।