ଫଟୋ ଉଠାଇଲେ ପାଇବ ପଇସା : ରେଲୱେ ଦେଉଛି ୧ଲକ୍ଷ ଟଙ୍କାର ପୁରସ୍କାର

40

ଯଦି ଆପଣଙ୍କର ଫଟୋଗ୍ରାଫିରେ ସଉକ୍ ରହିଛି ତ ରେଲୱେ ଆପଣଙ୍କ ପାଇଁ ଆଣିଛି ପୁରସ୍କାର ଜିତିବାର ସୁଯୋଗ । ଆପଣ ଖାଲି ଭାରତୀୟ ରେଲୱେ ସହ ସମ୍ବନ୍ଧିଛି ଭଲ ଫଟୋ ଉଠାଇବାର ଅଛି । ଏବଂ ଏହି ଫଟୋ ସହ ଜଡିତ ସବୁ ସୂଚନା ସହ ଏହାକୁ ଡ ରେଲୱେକୁ ୨୬ ଫେବ୍ରୁୟାରୀ ସୁଦ୍ଧା ପଠାଇବାର ଅଛି । ବିଜେତାଙ୍କୁ ରେଲୱେ ୧ ଲକ୍ଷ ଟଙ୍କାର ପୁରସ୍କାର ଦେବ । ରେଲୱେ ଏହି ପ୍ରତିଯୋଗିତାର ଘୋଷଣା ୨୬ ଜାନୁୟାରୀରେ କରିଥିଲା । ଏବଂ ନିଜର ଏଣ୍ଟ୍ରି ପଠାଇବାର ଶେଷ ତାରିଖ ୨୬ ଫେବ୍ରୁୟାରୀ ସନ୍ଧ୍ୟା ୫ ଯାଏ ରହିଛି ।

ପ୍ରତିଯୋଗିତାରେ ଭାଗ ନେବା ପାଇଁ ଆପଣଙ୍କୁ MyGov.in ରେ ଆକାଉଣ୍ଟ ଖୋଲିବାକୁ ହେବ । ଆପଣଙ୍କର ଏଂଟ୍ରି ସିଲେକ୍ଟ ହେବା ପରେ ଏହି ଆକାଉଂଟର ସାହାଯ୍ୟରେ ରେଲୱେ ଆପଣଙ୍କ ସହ ସଂପର୍କ କରିବ । ବଛା ଯାଇଥିବା ଫଟୋକୁ ରେଲୱେ ପ୍ରଦର୍ଶନୀରେ ସ୍ଥାନ ଦିଆଯିବ । ଏହାସହ ରେଲୱେ ତାଙ୍କୁ ନିଜର ୱେବସାଇଟ୍ ଓ ସୋସିଆଲ୍ ମିଡିଆରେ ମଧ୍ୟ ସେୟାର କରିବ ।

ନିଜର ଫଟୋ ସହ ଏହା ମଧ୍ୟ ଆପଣଙ୍କୁ ସୂଚନା ଦେବାକୁ ପଡିବ ଯେ, ଏହି ଫଟୋ କେଉଁ ସ୍ଥାନ , ଷ୍ଟେସନ ଓ ଡିଭିଜନର ଅଟେ । ଏହାସହ ଚାଲୁଥିବା ରେଳ ଇଂଜିନ ପାଖରେ ନିଆଯାଇଥିବା ଫଟୋ ଓ ଟ୍ରେନର ଫୁଟବୋର୍ଡରେ ଛିଡା ହୋଇ ନିଆଯାଇଥିବା ଫଟୋକୁ ନାକଚ କରିଦିଆଯିବ । ଫଟୋର ସାଇଜ୍ ୨ ଏମବି ରୁ ଅଧିକ ହୋଇନଥିବ । ଯଦି ଆପଣଙ୍କର DSLR ନାହିଁ ତ ଆପଣ ନିଜର ସ୍ମାର୍ଟଫୋନରେ ମଧ୍ୟ ଫଟୋ ଉଠାଇପାରିବେ । ଏହା ବ୍ୟତୀତ ଫଟୋ ଓରିଜିନାଲ୍ ହୋଇଥିବ ।

( ସୌଜନ୍ୟ- ନବଭାରତ ଟାଇମ୍ସ)