ଭାରତରେ ପ୍ରଥମ ଶିକାର କଲା ଆଫ୍ରିକା ଚିତା: ନାମ୍ବିଆର ଦୁଇ ଚିତା ବାଘ ଚିତଳ ହରିଣକୁ କଲେ ଶିକାର

2,574

କନକ ବ୍ୟୁରୋ: ଆଫ୍ରିକାରୁ ଆସିଥିବା ଚିତାଙ୍କ ଭାରତରେ ପ୍ରଥମ ଶିକାର । ସେପ୍ଟେମ୍ବରରେ ଆଫ୍ରିକାର ନାମିବ୍ୟାରୁ ଭାରତକୁ ଅଣାଯାଇଥିଲା ୮ ଚିତା ବାଘ । ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ସେମାନଙ୍କୁ ଛଡାଯାଇଥିଲା । ଏବେ ଏହି ୮ଟି ଚିତାଙ୍କ ମଧ୍ୟରୁ ୨ଟି ଚିତା ନିଜ ଶିକାର ଆରମ୍ଭ କରିଛନ୍ତି । ଶନିବାରେ ଛୋଟ ଏନକ୍ଲୋଜରରୁ କାଢି ଦୁହିଁଙ୍କୁ ବଡ ଏନକ୍ଲୋଜରରେ ଛଡାଯିବା ପରେ ସେମାନେ ନିଜ ପ୍ରଥମ ଶିକାର କରିଛନ୍ତି । ରବିବାର ଅପରାହ୍ନରେ ଏକ ହରିଣକୁ ଶିକାର କରିଥିବା ନେଇ ଜାତୀୟ ଉଦ୍ୟାନ କର୍ମଚାରୀ କହିଛନ୍ତି । ବଡ ଏନକ୍ଲୋଜରରେ ଛଡାଯିବା ପରେ ଭାରତରେ ଏହା ତାଙ୍କ ପ୍ରଥମ ଶିକାର ରହିଛି ।