ଟ୍ୱିଟରର ନୂଆ ମାଲିକଙ୍କ ମନମାନୀରେ ଅସ୍ତବ୍ୟବ୍ୟସ୍ତ କର୍ମଚାରୀ: ସପ୍ତାହକ ଭିତରେ ୯୦ପ୍ରତିଶତ ଭାରତୀୟ କର୍ମଚାରୀଙ୍କୁ କଲେଣି ବିଦା

230

କନକ ବ୍ୟୁରୋ: ଏଲନ୍ ମସ୍କ ହାତକୁ ମାଲିକାନା ଯିବା ପରେ ଟୁଇଟରେ ଆରମ୍ଭ ହୋଇଛି ଛଟେଇ । କମ୍ପାନୀ ନିଜର ପ୍ରାୟ ୭ହଜାର ୫୦୦ କର୍ମଚାରୀଙ୍କୁ ଛଟେଇ କରିଛି । ସେଥିମଧ୍ୟରେ ଭାରତର ପ୍ରାୟ ୯୦ ପ୍ରତିଶତ କର୍ମଚାରୀ ଥିବା ଜଣାପଡିଛି । ଏବେ ଟୁଇଟରରେ ଭାରତର କେବଳ ୧୦ଜଣ କର୍ମଚାରୀ ରହିଛନ୍ତି । ଏହାରି ଭିତରେ ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି ମସ୍କ । ଟୁଇଟରରୁ ଫେକ୍ ଆକାଉଂଟ ହଟାଇବା ନେଇ ସେ ସ୍ପଷ୍ଟ କରିଛନ୍ତି । ଯେଉଁମାନେ ଅନ୍ୟ ନାଁକୁ ବ୍ୟବହାର କରି ଫେକ୍ ଆକାଉଂଟ ଖୋଲିଥିବେ, କିମ୍ବା ଅନ୍ୟର ପ୍ରୋଫାଇଲ ଫଟୋକୁ ବ୍ୟବହାର କରି ଟୁଇଟର ଚଲାଉଥିବେ, ସେମାନଙ୍କ ଆକାଉଂଟକୁ ରଦ୍ଦ କରାଯିବ । ଯେଉଁ ୟୁଜର୍ସ ମାନେ ସେମାନଙ୍କ ପରିଚୟ ବଦଳାଇଥିବେ ସେମାନଙ୍କ ଆକାଉଂଟକୁ ବିନା ସୂଚନାରେ ସିଧା ବନ୍ଦ କରି ଦିଆଯିବ । ଏନେଇ ଟୁଇଟ୍ କରି ସ୍ପଷ୍ଟ କରିଛନ୍ତି ଏଲନ୍ ମସ୍କ । ପୂର୍ବରୁ ଏନେଇ ଅନେକ ଚେତାବନୀ ଦିଆଯାଇଥିଲା, ହେଲେ ବର୍ତମାନ ଏ ଦିଗରେ କାର୍ଯ୍ୟ କରାଯିବାର ସମୟ ଆସିଛି । ଏବେ କୌଣସି ସୂଚନା ଦିଆନଯାଇ ସିଧା ଆକାଉଂଟକୁ ବ୍ଲକ କରାଯିବ । ପୂର୍ବରୁ ଏଲନ୍ ମସ୍କ ନାଁରେ ମଧ୍ୟ ଅନେକ ଫେକ୍ ଆକାଉଂଟ ରହିଛି, ଯାହାକୁ ଲଗାତାର ଭାବେ ବନ୍ଦ କରାଯାଉଛି ।