କନକ ବ୍ୟୁରୋ : ଦୁର୍ଗା ପୂଜା ପାଇଁ ଏବେ ଠାରୁ ଆରମ୍ଭ ହୋଇଗଲାଣି ଜୋରଦାର ପ୍ରସ୍ତୁତି । ଆରମ୍ଭ ହୋଇଯାଇଛି ସାଜସଜ୍ଜା । ତେବେ ଏହାରି ଭିତରେ ସରକାରୀ କର୍ମଚାରୀଙ୍କ ପାଇଁ ପୂଜା ଭେଟି ଆଣି ଦେଇଛନ୍ତି ରାଜ୍ୟ ସରକାର ।
Kanak News is now on WhatsApp
Join and get latest news updates delivered to you via WhatsApp
ସରକାରୀ କର୍ମଚାରୀଙ୍କୁ ପୂଜା ପାଇଁ ୨୦ ହଜାର ଟଙ୍କା ଲେଖାଏଁ ଆଡଭାନ୍ସ ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ନବୀନ ସରକାର ସରକାରୀ କର୍ମଚାରୀଙ୍କୁ ପୂଜା ଆଡଭାନ୍ସ ପାଇଁ ୧୫ ହଜାର ଟଙ୍କା ଦେବାକୁ ପୂର୍ବରୁ ନିଷ୍ପତ୍ତି ନେଇଥିଲେ। ଆଡଭାନ୍ସ ଟଙ୍କାକୁ କର୍ମଚାରୀମାନେ ୧୦ ମାସ ମଧ୍ୟରେ ୨ ହଜାର ଟଙ୍କା ଲେଖାଏଁ ପରିଶୋଧ କରିବେ।
ଦଶହରା ଆଉ କମ୍ ଦିନ ଥିବା ବେଳେ, ତା’ପୂର୍ବରୁ ୨୦ ହଜାର ଟଙ୍କା ଅଗ୍ରୀମ ମିଳୁଥିବାରୁ ସରକାରୀ କର୍ମଚାରୀମାନେ ଖୁସି ଦେଖାଯାଉଛନ୍ତି। ସରକାରଙ୍କ ଦ୍ୱାରା ଦିଆଯାଉଥିବା ଆଡଭାନ୍ସ ଟଙ୍କା ମିଳିବା ପରେ ତାଙ୍କୁ କମ୍ ଟଙ୍କା ଧାର ପାଇଁ ଆଉ କାହାରି ପାଖରେ ହାତ ପତାଇବାକୁ ପଡିବ ନାହିଁ। ସରକାରୀ କର୍ମଚାରୀମାନେ ନିଜ ମନଇଚ୍ଛାରେ ଦଶହରା ବଜାରରେ ଜିନିଷ ପତ୍ର କିଣାକିଣି କରିପାରିବେ। ଯଦିଓ ଆଡଭାନ୍ସ ଟଙ୍କା ପରବର୍ତ୍ତୀ ସମୟରେ ନିଜ ବେତନରୁ କଟିବ ତଥାପି ବର୍ତ୍ତମାନ ପରିସ୍ଥିତିରେ ଆର୍ଥିକ ଚିନ୍ତାରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି।