ଲାଲକିଲ୍ଲା ହିଂସାରେ ସାମିଲ ଥିବା ଅଭିଯୁକ୍ତ ଦୀପ ସିଦ୍ଧୁ ଗିରଫ : ଦୀପ ସିଦ୍ଧୁଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍

249

କନକ ବ୍ୟୁରୋ : ଲାଲକିଲ୍ଲା ହିଂସାରେ ସାମିଲ ଥିବା ଅଭିଯୁକ୍ତ ଦୀପ ସିଦ୍ଧୁ ଗିରଫ । ଦୀପ ସିଦ୍ଧୁଙ୍କୁଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଗିରଫ କରିଛି । ଜାନୁଆରୀ ୨୬ ହିଂସା ପରଠାରୁ ସେ ଫେରାର ଥିଲେ । ଜାନୁଆରୀ ୨୬ ହିଂସା ପରଠାରୁ ଫେରାର ଥିଲେ । ଏବେ ଘଟଣାରେ ସିସିଟିଭି ଫୁଟେଜ ଯାଂଚ କରିବା ପରେ ଆକ୍ସନ ମୋଡରେ ଦିଲ୍ଲୀ ପୋଲିସ । ଘଟଣାରେ ଚାଷୀଙ୍କୁ ଉସୁକାଇବା ଅଭିଯୋଗରେ ଲଭ ସିଦ୍ଧୁଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କୁ ଧରିବାରେ ପୋଲିସ ସଫଳ ହୋଇଛି ।

ପୂର୍ବରୁ ତାଙ୍କ ଗିରଫଦାରି ଲାଗି ଦିଲ୍ଲୀ ପୁଲିସ ନଗଦ ଏକ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିଲା। ଏହି ସମୟରେ ସଂଗଠିତ ହିଂସାକାଣ୍ଡରେ ସମ୍ପୃକ୍ତ ଥିବା କଥା କୁହାଯାଉଥିବା ଅନ୍ୟ ୪ଜଣଙ୍କ ଗିରଫଦାରି ଲାଗି ମଧ୍ୟ ଆହୁରି ୫୦ ହଜାର ଟଙ୍କାର ନଗଦ ଅର୍ଥରାଶି ଘୋଷଣା କରାଯାଇଥିଲା । ସେମାନେ ହେଲେ ଜଜବିର ସିଂହ, ବୁଟା ସିଂହ, ସୁଖଦେବ ସିଂହ ଏବଂ ଇକ୍‌ବାଲ୍‌ ସିଂହ।

ସିଦ୍ଧୁଙ୍କ ବିରୋଧରେ ଅଭିଯୋଗ ଆସିଥିଲା ଯେ, ସେ କୃଷକଙ୍କ ଭିଡକୁ ଲାଲକିଲ୍ଲା ଆଡକୁ ନେଇଥିଲେ । ଆଉ ଏହାପରେ ହିଂସା ବ୍ୟାପିଥିଲା । ସିଦ୍ଧୁଙ୍କ ସହ ଅନ୍ୟ ଜଣେ ଲାଖା ସିଦ୍ଧାନା କୃଷକଙ୍କୁ ଲାଲକିଲ୍ଲା ଆଡକୁ ଯିବାକୁ ଉସୁକାଇଥିଲେ । ଏହା ପରେ ଲାଲକିଲ୍ଲା ଉପରେ ଶିଖ ସଂପ୍ରଦାୟର ପତାକା ଉଡାଇବାକୁ ଉସୁକାଇଥିଲେ ।