ସକାଳୁ ଏକୁଟିଆ ମର୍ଣ୍ଣିଂୱାକ କରୁଥିଲେ ସାବଧାନ : ରାଜଧାନୀରେ ମାତିଛନ୍ତି ଲୁଟେରା; ଲୁଟି ନେଉଛନ୍ତି ଅଳଙ୍କାର

372

କନକ ବ୍ୟୁରୋ : ସକାଳୁ ଏକୁଟିଆ ମର୍ଣ୍ଣିଂୱାକ କରୁଥିଲେ ହୋଇଯାଆନ୍ତୁ ସାବଧାନ । ରାଜଧାନୀରେ ମାତିଛନ୍ତି ଲୁଟେରା । ଆଜି ସକାଳୁ ଜଣେ ମହିଳା ଏହିଭଳି ଲୁଟର ଶିକାର ହୋଇଛନ୍ତି । ଲକ୍ଷ୍ମୀସାଗର ଥାନା ସାମା ଆପାର୍ଟମେଂଟ ଗଳିରେ ମହିଳାଙ୍କଠାରୁ ସୁନା ଚେନ୍ ଲୁଟି ନେଇଛନ୍ତି ୩ ଲୁଟେରା ।

ଭୁବନେଶ୍ୱର ଶାନ୍ତିନଗରରେ ରହୁଥିବା ମନୋରମା ସାହୁ ନାମକ ଏହି ମହିଳା ସାକଳ ପ୍ରାୟ ୭ଟା ବେଳେ ମର୍ଣ୍ଣିଂ ସାରି ଫେରୁଥିଲେ । ଏତିକିବେଳେ ସାମା ଆପାର୍ଟମେଂଟ ଗଳିରେ ଜଗିରହିଥିବା ୩ ଲୁଟେରାଙ୍କ ଭିତରୁ ଜଣେ ତାଙ୍କ ବେକରେ ଏକ କଟୁରୀ ଲଗାଇ ଚେନା ଦେବାକୁ କହିଥିଲା । ପରେ ସୁନା ଚେନଟିକୁ ଝାମ୍ପି ତାଙ୍କୁ ତଳେ ପକାଇ ଦେବାସହ ଚମ୍ପଟ ମାରିଥିଲା । ମନୋରମା ପାଟିକରି ଅନ୍ୟ ମାନଙ୍କୁ ଡାକିଲାବେଳକୁ ସେଠାରୁ ଚାଲିଯାଇଥିଲେ ୩ ଲୁଟେରା ।