ଛାତି ଫୁଲେଇ ପାକିସ୍ତାନରୁ ଭାରତ ଆସିଲେ ଅଭିନନ୍ଦନ ! ଭାରତ ମାତା କି ଜୟ’ ନାରାରେ କମ୍ପିଲା ୱାଘା ବର୍ଡର ।

419

କନକ ବ୍ୟୁରୋ : ଫେରି ଆସିଲେ ଅଭିନନ୍ଦନ । ଦୁଇ ଦିନ ଧରି ପାକିସ୍ତାନରେ ବନ୍ଦୀ ଥିବା ବୀର ୱିଙ୍ଗ କମାଣ୍ଡର ଶେଷରେ ଭାରତ ମାଟିରେ ପାଦ ଦେଇଛନ୍ତି । ସମସ୍ତ କାଗଜପତ୍ର ପ୍ରକ୍ରିୟା ଶେଷ ହେବା ପରେ ଅଭିନନ୍ଦନଙ୍କୁ ୱାଘା ବର୍ଡର ଠାରେ ବିଏସଏଫକୁ ହସ୍ତାନ୍ତର କରିଛି ପାକିସ୍ତାନ । ଭାରତୀୟ ସେନା, ଏବଂ ବାୟୁସେନାର ବରିଷ୍ଠ ଅଧିକାରୀ ଅଭିନନ୍ଦନଙ୍କୁ ସ୍ୱାଗତ କରିଥିଲେ । ଯେତେବେଳେ ଅଭିନନ୍ଦନ ପାକିସ୍ତାନ ମାଟିରୁ ବାହାରି ଭାରତକୁ ଫେରିଥିଲେ, ସେତେବେଳେ ତାଙ୍କ ମୁହଁରେ ଝଲସୁଥିଲା ସାହସିକତାର ସ୍ମିତହାସ୍ୟ । ଛାତି ଫୁଲାଇ, ପରାକ୍ରମର ସହ ଭାରତ ମାଟିରେ ପାଦ ଦେଇଥିଲେ ବୀର ପୁଅ ଅଭିନନ୍ଦନ । ଭାରତ ମାଟିରେ ପାଦ ଦେବା ପରେ, ସେଠାରେ ଉପସ୍ଥିତ ଥିବା ଭାରତୀୟ ହାତରେ ତ୍ରିରଙ୍ଗା ଧରି ଅଭିନନ୍ଦନଙ୍କୁ ସ୍ୱାଗତ କରିଥିଲେ । ୱାଘା ବର୍ଡରରୁ ଅମ୍ରିତସର ଏୟାରପୋର୍ଟ ଯିବା ପରେ ସେଠାରୁ ବିମାନରେ ସେ ଦିଲ୍ଲୀ ଯିବେ ବୋଲି ସୂଚନା ରହିଛି । ତେବେ ଭାରତ ଫେରି ଖୁସି ଅନୁଭବ କରୁଥିବା କହିଛନ୍ତି ଅଭନନ୍ଦନ । 

ପୁଅକୁ ଆଣିବା ପାଇଁ ୱାଘା ବର୍ଡରରେ ପହଁଚିଥିଲେ ଅଭିନନ୍ଦନଙ୍କ ବାପା ମଆ । ଭାରତୀୟ ବାୟୁସେନାର ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ତମାନ ବୁଧବାର ପାକିସ୍ତାନ ଅଧିକୃତ କଶ୍ମୀର ଅଂଚଳରେ ଭୁଲ ବଶତଃ ଅବତରଣ କରିଥିଲେ । ଭାରତୀୟ ସୀମା ଭିତରକୁ ପଶିଆସିଥିବା ପାକିସ୍ତାନ ଯୁଦ୍ଧ ବିମାନ ଏଫ-୧୬କୁ  ଧ୍ୱଂସ କରିବା ପାଇଁ ପିଓକେ ଭିତରକୁ ପଶିଯାଇଥିଲେ ଅଭିନନ୍ଦନ । ତାଙ୍କୁ ସେଠାରୁ ପାକ୍ ସେନା କବଜା କରି ନେଇଥିଲା । ପାକିସ୍ତାନ କବଜାରେ ଭାରତୀୟ ପାଇଲଟ୍ ଥିବା ନେଇ ଭିଡିଓ ଭାଇରାଲ ହେବା ପରେ ନିସର୍ତରେ ତାଙ୍କୁ ମୁକ୍ତ କରିବାକୁ ଭାରତ ସରକାର ଦାବି କରିଥିଲେ । ପ୍ରବଳ ଆନ୍ତର୍ଜାତୀକ ଚାପ ଓ ଭାରତର ଯୁଦ୍ଧ ପ୍ରସ୍ତୁତି ଦେଖି ଶେଷରେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଆଜି ଅଭିନନ୍ଦନଙ୍କୁ ମୁକ୍ତ କରିବେ ବୋଲି ଗତକାଲି ଘୋଷଣା କରିଥିଲେ ।