ଏଣିକି ଷ୍ଟକ୍ ମାର୍କେଟରେ ଆଧାରକାର୍ଡ ବାଧ୍ୟତାମୂଳକ

34

କନକ ବ୍ୟୁରୋ: କେନ୍ଦ୍ର ସରକାର ଆଧାରକାର୍ଡକୁ ପ୍ରତ୍ୟେକଟି କ୍ଷେତ୍ରରେ ଯୋଡ଼ିବା ପାଇଁ ଯୋଜନା ଚଳାଇଛନ୍ତି । ତେବେ ମନି ଲଣ୍ଡରିଂ ଓ କର ଚୋରିକୁ ରୋକିବା ପାଇଁ ଆଧାରକାର୍ଡକୁ ଏବେ ଷ୍ଟକ୍ ମାର୍କେଟ ପାଇଁ ବାଧ୍ୟତାମୂଳକ କରାଯାଇଛି । ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ (ଏସ୍ଇବିଆଇ) ଚଳିତବର୍ଷ ଶେଷ ସୁଦ୍ଧା ସମସ୍ତ ଷ୍ଟକ୍ ଏକ୍ସଚେଞ୍ଜର ମଧ୍ୟସ୍ଥି (ବ୍ରୋକର୍ସ) ତଥା ନିଜର କ୍ଲାଣ୍ଟମାନଙ୍କୁ ଆଧାରକାର୍ଡ ଦେବା ପାଇଁ ନିର୍ଦ୍ଦେଶ ଦେଇଛି ।

ଡିସେମ୍ବର ୩୧ସୁଦ୍ଧା କ୍ଲାଣ୍ଟମାନଙ୍କ ଅଧାରକାର୍ଡ ନିଜର ବ୍ରୋକର୍ସମାନଙ୍କ ପାଖରେ ଜମା କରିବା ବାଧ୍ୟତାମୂଳକ । ବାବ୍ରୋ ଷ୍ଟକ୍ ଏକ୍ସଚେଞ୍ଜ ଏକ ସର୍କୁଲାର ଜାରି କରି କହିଛି, ଯେଉଁ କ୍ଲାଣ୍ଟ୍ ନିଜର ଡିମାଟ ଆକାଉଣ୍ଟ ଖୋଲିବେ ତାଙ୍କୁ ୬ମାସ ମଧ୍ୟରେ ଆଧାରକାର୍ଡ ଦେବାକୁ ପଡ଼ିବ ।

ସର୍କୁଲରରେ ଏହାକ ବି କୁହାଯାଇଛି, ଯେ ଯଦି କୌଣସି କ୍ଲାଣ୍ଟ୍ ସମୟସୀମା ମଧ୍ୟରେ ଆଧାରକାର୍ଡ ଦେଇ ନାହାନ୍ତି ତେବେ ସେମାନଙ୍କ ଆକାଉଣ୍ଟ ଅଚଳ ହୋଇଯିବ। ଏବଂ ଯେ ପର୍ୟ୍ୟନ୍ତ ଆଧାର ନମ୍ବର ନ ମିଳିଛି ସେ ପର୍ଯ୍ୟନ୍ତ ତାଙ୍କର ଆକାଉଣ୍ଟ ଚାଲୁ ହୋଇପାରିବ ନାହିଁ ।