ମୃତ୍ୟୁ ମୁହଁରୁ ବଞ୍ଚିଗଲା ଜୀବନ: ଚଳନ୍ତା ଟ୍ରେନ ତଳୁ ଯୁବକଙ୍କୁ ଉଦ୍ଧାର କଲେ ରେଳବାଇ ହାବିଲଦାର, ଦେଖନ୍ତୁ ଭିଡିଓ

ସମଲେଶ୍ୱରରୀ ଏକ୍ସପ୍ରେସରେ ଚଢୁଥିବା ବେଳେ ତଳକୁ ଖସିପଡିଥିଲେ ଯୁବକ

600

କନକ ବ୍ୟୁରୋ: ମୃତ୍ୟୁ ମୁହଁରୁ ବଂଚିଗଲା ଜୀବନ । ଚଳନ୍ତା ଟ୍ରେନ ତଳକୁ ଖସି ପଡିଥିବା ଯୁବକଙ୍କୁ ଉଦ୍ଧାର କଲେ ରେଳବାଇ ହାବିଳଦାର । ଆଜି ସକାଳେ ଏହି ଅଭାବନୀୟ ଘଟଣା ଘଟିଛି ଝାରସୁଗୁଡା ରେଳ ଷ୍ଟସନରେ । ଚଳନ୍ତା ସମଲେଶ୍ୱରୀ ଏକ୍ସପ୍ରେସରେ ଚଢୁଥିବା ବେଳେ ରାଜେଶ ତଲବାର ନାମକ ଜଣେ ଯାତ୍ରୀଙ୍କ ହାତ ଖସି ଯିବାରୁ ସେ ତଳକୁ ଖସି ପଡିଥିଲେ ।

 

ରେଳ ଷ୍ଟେସନରେ ଲାଗିଥିବା ଏହି ସିସିଟିଭିର ଚିତ୍ର ଦେଖନ୍ତୁ, କିଭଳି ଯାତ୍ରୀ ଜଣଙ୍କ ତଳକୁ ଖସି ପଡୁଛନ୍ତି । ପଡିଯିବା ପରେ ପୁଣିଥରେ ଉଠିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସେ ପୁଣି ଥରେ ପଡି ଯାଉଛନ୍ତି । ଏହି ସମୟରେ ଘଟଣାସ୍ଥଳରେ ଲୋକମାନେ ରୁଣ୍ଡ ହୋଇଯାଇଥିଲେ । ଆଉ ପାଖରେ ଥିବା ରେଳବାଇର ଦୁଇ ଜଣ ହାବିଳଦାର । ତାଙ୍କୁ ଉଦ୍ଧାର କରିବା ପାଇଁ ଆଗକୁ ଆସିଥିଲେ ।

ଶେଷରେ ରେଳ ଧାରଣାକୁ ଖସି ପଡିଥିବା ଯାତ୍ରୀ ରାଜେଶ ତଲବାରଙ୍କୁ ସୁରକ୍ଷତି ଭାବେ ଉଦ୍ଧାର କରିଥିଲେ ରେଳବାଇ ହାବିଲଦାର । ପରେ ସେହି ଟ୍ରେନରେ ତାଙ୍କୁ ବସାଇ ଦେଇଥିଲେ । ରାଜେଶ ସମଲେଶ୍ୱରୀ ଏଳ୍ସକ୍କେସ ଯୋଗେ ହାୱାଡାର ସମ୍ବଲପୁର ଯାଉଥିଲେ । ଝାରଶୁଗୁଡା ରେଳଷ୍ଟେସନରେ ଗାଡି ଅଟଳିବା ସମୟରେ ସେ ଚା ପିଇବା ପାଇଁ ଟ୍ରେନରୁ ଓହ୍ଲାଇଥିଲେ । ଆଉ ଟ୍ରେନ ଛାଡିବା ବେଳକୁ ଚଢିବା ପାଇଁ ଚେଷ୍ଟା କରିବା ସମୟରେ ତଳେ ପଡିଯାଇଥିଲେ ।