ଦୁର୍ଭାଗ୍ୟ ଆସେ ଏମିତି ! ଖାଲିଟାରେ ମାଡ ଖାଇଲେ ଯୁବକ, ମୋବାଇଲରେ ସମାନ ରିଙ୍ଗ ଟୋନ୍ ଥିବାରୁ ଭୁଲରେ ଭଦ୍ରବ୍ୟକ୍ତିଙ୍କୁ ବାଡେଇଲେ ମହିଳା

49

କନକ ବ୍ୟୁରୋ: ମୋବାଇଲ ପାଇଁ ମିଛରେ ମାଡ ଖାଇଲେ । ଏଭଳି ଘଟଣା ଘଟିଛି ଭୁବନେଶ୍ୱରରେ । ଗତକାଲି ବରମୁଣ୍ଡା ଖେଳପଡିଆରେ କୃଷି ମହୋତ୍ସବ ଚାଲିଥିଲା । ହାଠତ ସେଠାରେ ଆରମ୍ଭ ହୋଇଥିଲା ମାରପିଟ ଓ ଟଣାଓଟରା । ଜଣେ ମହିଳା ଓ ତାଙ୍କ କିଛି ସମର୍ଥକ ଜଣେ ଭଦ୍ରବ୍ୟକ୍ତିଙ୍କୁ ନିର୍ଧୁମ ପିଟୁଥାନ୍ତି । ମହିଳା ଜଣକ ଚିଲାଉଥାନ୍ତି ତାଙ୍କ ମୋବାଇଲ ଚୋରି ହୋଇଯାଇଛି । ବିଚରା ଲୋକ ଯେତେ ଚିଲେଇଲେ ବି କେହି ଶୁଣିବାକୁ ନାରାଜ ।

କିନ୍ତୁ କିଛି ସମୟ ପରେ ସତ ସାମ୍ନାକୁ ଆସିଥିଲା । ମହିଳାଙ୍କ ମୋବାଇଲ ଭ୍ୟାନିଟି ବ୍ୟାଗରେ ହିଁ ଥିଲା । ଗୋଟିଏ ମଡେଲରେ ମୋବାଇଲ ଉଭୟେ ଧରିଥିବାରୁ ଭଦ୍ରବ୍ୟକ୍ତି ମିଛରେ ମାଡ ଖାଇଥିଲେ । ଖବର ନେବାରେ ଜଣାପଡିଥିଲା କି କୃଷି ମହୋତ୍ସବରେ ମହିଳା ଓ ଭଦ୍ରବ୍ୟକ୍ତି ପାଖାପାଖି ବସିଥିଲେ । ଉଭୟଙ୍କ ମୋବାଇଲରେ ସମାନ ରିଙ୍ଗଟୋନ ଥିଲା । ଆଉ ରିଙ୍ଗଟୋନ ବାଜିବାରୁ ସୃଷ୍ଟି ହୋଇଥିଲା ଦ୍ୱନ୍ଦ୍ୱ ।

ମୋବାଇଲ ଫୋନ ଚୋରି ନେଇ ସଂପୃକ୍ତ ମହିଳା ଚିଲେଇବା ପରେ ଅନ୍ୟମାନେ ତାଙ୍କୁ କାବୁ କରିନେଇଥିଲେ । ଆଉ ଅନ୍ୟମାନେ କିଛି ବୁଝିବା ପରେ ସଂପୃକ୍ତ ବ୍ୟକ୍ତିଙ୍କୁ ମାଡ ମାରିବା ଆରମ୍ଭ କରିଦେଇଥିଲେ । ଏହାକୁ ଦେଖି ସଂପୃକ୍ତ ବ୍ୟକ୍ତିଙ୍କ ସମର୍ଥକ ମଧ୍ୟରେ ଆସିଥିଲେ । କିଛି ସମୟ ପାଇଁ ସେଠାରେ ଖଣ୍ଡଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିଲା । ପରିସ୍ଥିତି ଅଣାୟତ ହେବା ପରେ କିଛି ଲୋକ ପୋଲିସକୁ ଖବର ଦେଇଥିଲେ । ଉଭୟ ପକ୍ଷକୁ ବୁଝାସୁଝା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ହଠାତ୍ ମହିଳାଜଣକ ଭ୍ୟାନିଟି ବ୍ୟାଗରେ ହାତ ପୁରାଇ ଦେଖିଥିଲେ ମୋବାଇଲ ସୁରକ୍ଷିତ ରହିଛି ।