କେନ୍ଦ୍ରୀୟ କର୍ମଚାରୀଙ୍କୁ ମନସୁନ୍ ବୋନାନ୍ଜା : ୨୩.୫ ପ୍ରତିଶ୍ରତ ବଢିବ ଦରମା

34

କନକ ବ୍ୟୁରୋ : ସପ୍ତମ ବେତନ କମିଶନଙ୍କ ସୁପାରିଶକୁ ମିଳିଛି କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ । କେନ୍ଦ୍ର ସରକାରୀ କର୍ମଚାରୀ ଏଣିକି ପୁରୁଣା ବେତନର ୨୩.୫ ପ୍ରତିଶତ ଅଧିକ ଦରମା ପାଇବେ । ଜଣେ କର୍ମଚାରୀଙ୍କ ସର୍ବନିମ୍ନ ମାସିକ ଦରମା ୧୮ ହଜାର ହେବ । ୫୦ ଲକ୍ଷ କର୍ମଚାରୀ ଓ ୫୮ ଲକ୍ଷ ପେନସନଭୋଗୀ ଏହାଦ୍ୱାରା ଉପକୃତ ହେବେ। ଜାନୁଆରୀ ୨୦୧୬ରୁ ପିଛିଲା ଭାବେ ଲାଗୁ ହେବ ବର୍ଦ୍ଧିତ ଦରମା । ସପ୍ତମ ବେତନ କମିଶନଙ୍କ ସୁପାରିଶ ପରେ ପୂର୍ବ ସରକାର ପରି କେନ୍ଦ୍ର ସରକାର ଅଧିକ ହାରରେ ଦରମା ବଢାଇବେ ବୋଲି ଆକଳନ କରାଯାଉଥିଲା । ହେଲେ କମିଶନ ଯାହା ସୁପାରିଶ କରିଥିଲା ତାହା ହିଁ ବଢାଇଛନ୍ତି କେନ୍ଦ୍ର ସରକାର ।ଅଧିକ ଜାଣିବା ପାଇଁ ଦେଖନ୍ତୁ ଏହି ଭିଡିଓ :