ଜିଦରେ ଅଟଳ ଶିକ୍ଷକ ! ୫୭ଟି ମାଟ୍ରିକ ଖାତା ମୂଲ୍ୟାୟନ କେନ୍ଦ୍ର ବାହାରେ ଶିକ୍ଷକ ଓ କର୍ମଚାରୀଙ୍କ ଧାରଣା

34

କନକ ବ୍ୟୁରୋ : ୭ ଦଫା ଦାବି ନେଇ ସ୍କୁଲ-କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଂଚର ଆନ୍ଦୋଳନ ଜାରି ରହିଛି । ମଙ୍ଗଳବାର ସରକାରଙ୍କ ପକ୍ଷରୁ ସତ୍ୟପାଠ ଉଚ୍ଛେଦ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲେ ମଧ୍ୟ ଏହାକୁ ମଂଚ ଗ୍ରହଣ କରିନାହିଁ । ମଂଚ କହିଛି, ଏଥିରେ କିଛି ନୂତନତ୍ୱ ନାହିଁ । ଶିକ୍ଷକମାନଙ୍କୁ ପୂର୍ବଭଳି ସତ୍ୟପାଠ ଦେବାକୁ ହେବ । ୪୦, ୬୦ ଓ ୭୫ ପ୍ରତିଶତ ବ୍ଲକଗ୍ରାଂଟ ଉଚ୍ଛେଦ ନେଇ କିଛି ବି ବିଜ୍ଞପ୍ତି ପ୍ରକାଶ ପାଇନାହିଁ । ଆନ୍ଦୋଳନରୁ ଓହରିବୁ ନାହିଁ ବୋଲି ବି ଚେତାବନୀ ଦେଇଛି ମଂଚ । ପରବର୍ତୀ କାର୍ଯ୍ୟପନ୍ଥା ନେଇ ମଂଚର ବୈଠକ ହୋଇଛି । ମଙ୍ଗଳବାର ରାଜଧାନୀରେ ମାଟ୍ରିକ ପରୀକ୍ଷାଖାତା ମୂଲ୍ୟାୟନ କେନ୍ଦ୍ରରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଚଳାଇଥିବା ଶିକ୍ଷକଙ୍କୁ ପୋଲିସ ଟେକିନେଇଥିଲା ।

teacher strike

ସୂଚନାଯୋଗ୍ୟ ଶିକ୍ଷକଙ୍କ ଆନ୍ଦୋଳନ ଭଣ୍ଡୁର କରିବାକୁ ଦୁଇ ଦିନ ପୂର୍ବରୁ ବଳ ପ୍ରୟୋଗ କରିଥିଲେ ସରକାର । ଭୁବନେଶ୍ୱର କ୍ୟାପିଟାଲ ହାଇସ୍କୁଲ ସାମ୍ନାରୁ ଆନ୍ଦୋଳନରତ ବ୍ଲକଗ୍ରାଂଟ ଶିକ୍ଷକଙ୍କୁ ହଟାଇ ଦେଇଥିଲା ପୋଲିସ ୪ଦଫା ଦାବିରେ ମାଟ୍ରିକ ଖାତା ମୂଲ୍ୟୟନକୁ ବର୍ଜନ କରି ବ୍ଲକଗ୍ରାଂଟ ଶିକ୍ଷକମାନେ ଆନ୍ଦୋଳନ ଚଳାଇଥିଲେ । ଏହାବ୍ୟତୀତ ଦୁଇ ଦିନ ପୂର୍ବରୁ ଆଉ ଏକ ଅଭାବନୀୟ ଘଟଣା ଦେଖିବା ପାଇଁ ମିଳିଥିଲା । ଶିକ୍ଷକଙ୍କ ଗୋଡ ଧରି ପକାଇଲେ ଆନ୍ଦୋଳନକାରୀ ଶିକ୍ଷକ । ଏଭଳି ଏକ ସମ୍ବେଦନଶୀଳ ଚିତ୍ର ଆସିଥିଲା ରାଉରକେଲାରୁ । ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନକୁ ବର୍ଜନ କରି ବ୍ଲକ ଗ୍ରାଂଟ ଶିକ୍ଷକ ଆନ୍ଦୋଳନ ଚଳାଇଥିବା ବେଳେ ବିକଳ୍ପ ବ୍ୟବସ୍ତା କରିଛନ୍ତି ସରକାର । ପ୍ରାୟ ୬ ହଜାର ବ୍ଲକଗ୍ରାଂଟ ଶିକ୍ଷକଙ୍କ ସ୍ଥାନରେ ସରକାରୀ ଶିକ୍ଷକ ମାନଙ୍କୁ ଖାତା ଦେଖା ପାଇଁ ନିୟୋଜିତ କରାଯାଇଛି । ଗତକାଲି ଯେତେବେଳେ ମୂଲ୍ୟାୟନ କେନ୍ଦ୍ରରେ ସରକାରୀ ଶିକ୍ଷକ ଖାତାଦେଖିବାକୁ ଯାଉଥିଲେ ସେତେବେଳେ ଧାରଣାରେ ବସିଥିବା ଶିକ୍ଷକ ତାଙ୍କ ଗୋଡ ଧରି ଅନୁନୟ ହୋଇଥିଲେ । ଖାତା ନଦେଖିବାକୁ ଅନୁରୋଧ କରିଥିଲେ । ଦାବି ପୂରଣ ପାଇଁ ଗୋଟିଏ ପଟେ ସରକାରଙ୍କ ସହ ଲଢେଇ ଅନ୍ୟ ପଟେ ସାଥୀ ଶିକ୍ଷକଙ୍କୁ ସହଯୋଗ କରିବା ପାଇଁ ଅନୁରୋଧର ଯେଉଁ ବିକଳ ଚିତ୍ର ସରକାରଙ୍କ ସମବେଦନା ଉପରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା ।