କଟକରେ ଚାଞ୍ଚଲ୍ୟ: ୨୪ ଘଣ୍ଟା ମଧ୍ୟରେ ୩ ହତ୍ୟା; ଆଜି ଓଏମପି ଓଭରବ୍ରିଜ ତଳୁ ବେକ କଟା ଅବସ୍ଥାରେ ମିଳିଲା ୨ଜଣଙ୍କ ମୃତଦେହ

ଜଣକର ଗୁରୁତର ଅବସ୍ଥାରେ ଏସସିବିରେ ମୃତ୍ୟୁ; ଗତକାଲି ରାଣୀହାଟରୁ ମିଳିଲା ଜଣକ ମୃତଦେହ

232

କନକ ବ୍ୟୁରୋ: ସିଲିଭର ସିଟିରେ ବିପର୍ଯ୍ୟସ୍ତ ହୋଇପଡିଛି ଆଇନ୍ ଶୃଂଖଳା । ଲଗାତର ଦୁଇ ଦିନ ଭିତରେ ତିନିଟି ତିନିଟି ହତ୍ୟାକଣ୍ଡ ଘଟି ଯାଇଛି କଟକ ସହରରେ । ଗତକାଲି ଦୁର୍ବୃତ୍ତ ମାନେ ରାଣୀହାଟ ତାଳଦଣ୍ଡା କେନାଲ ନିକଟରେ ଜଣେ ଯୁବକଙ୍କୁ ଗଳାକାଟି ହତ୍ୟା କରିଥିବା ବେଳେ ଆଜି ପୁଣି ଓଏମପି ଓଭରବ୍ରଜି୍ ନିକଟରେ ହୋଇଛି ଆଉ ଦୁଇଟି ହତ୍ୟାକାଣ୍ଡ । ତେବେ ଜଣଙ୍କର ବେକ କଟା ମୃତଦେହ ମିଳିଥିବା ବେଳେ ଅନ୍ୟଜଣଙ୍କୁ ଗୁରୁତର ଅବସ୍ଥାରେ ଏସସିବିରେ ଭର୍ତ୍ତି କରାଯାଇଥିଲା, ପରେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି ।

ତେବେ କଟକ ଭଳି ଏକ ଜନବହୁଳ ସହରରେ ଗୋଟିଏ ପରେ ଗୋଟିଏ ହତ୍ୟାକାଣ୍ଡ ଘଟିବା ଆଇନଶୃଂଖଳା ପରିସ୍ଥିତି ଉପରେ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି ।  ସେପଟେ, ଏନେଇ ପୁଲିସ୍ କମିଶନର ସତ୍ୟଜିତ ମହାନ୍ତି କହିଛନ୍ତି କି, ବିଳମ୍ବିତ ରାତିରେ ନିରାଶ୍ରୟମାନେ ଶୋଇଥିବା ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ା କରାଯିବ । ଆବଶ୍ୟକ ପଡ଼ିଲେ ସ୍ଥାନୀୟ ଲୋକଙ୍କ ସହାୟତାରେ ନିରାଶ୍ରୟଙ୍କୁ ଯେକୌଣସି ଏକ ବଡ଼ ସ୍ଥାନରେ ଆଶ୍ରୟ ଦିଆଯିବ ବୋଲି କହିଛନ୍ତି ପୋଲିସ କମିଶନର ।