ଧୀରେ ଧୀରେ ସ୍ପଷ୍ଟ ହେଉଛି ଚିତ୍ର : ତ୍ରୟୋଦଶ ରାଉଣ୍ଡରେ ବିଜେଡ଼ି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ ଆଗୁଆ, ପାଟକୁରାରେ ବିଜେଡ଼ି ସମର୍ଥଙ୍କ ଶଙ୍ଖ ଧ୍ୱନି

304

କନକ ବ୍ୟୁରୋ : ପାଟକୁରା ଚିତ୍ର ଧୀରେ ଧୀରେ ସ୍ପଷ୍ଟ ହେବାରେ ଲାଗିଛି । ସମସ୍ତ ରାଉଣ୍ଡ ଶେଷ ହୋଇନଥିଲେ ହେଁ ତୟୋଦଶ ରାଉଣ୍ଡ ସୁଦ୍ଧା ବିଜେଡ଼ି ଦଳର ଦବଦବା ସ୍ପଷ୍ଟ ନଜର ଆସୁଛି । ତ୍ରୟୋଦଶ ରାଉଣ୍ଡରେ ପୁଣି ଶଙ୍ଖ ଦଳ ଆଗରେ । ପାଟକୁରା ବିଧାନସଭା ଆସନର ତ୍ରୟୋଦଶ ରାଉଣ୍ଡ ଭୋଟ୍ ଗଣନାରେ ବିଜେଡିର ପ୍ରାର୍ଥିନୀ ସାବିତ୍ରୀ ଅଗ୍ରଓ୍ଵାଲ୍ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି । ୧୩ ତମ ରାଉଣ୍ଡରେ ୧୬୫୨୫ ଭୋଟ୍ ବ୍ୟବଧାନରେ ଆଗୁଆ ରହିଛି ବିଜେଡ଼ି । ତ୍ରୟୋଦଶ ରାଉଣ୍ଡରେ ବିଜେଡ଼ି ପ୍ରାର୍ଥୀଙ୍କୁ ୫୦୪୯ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ମିଳିଛି ୪୬୬୮ ଖଣ୍ଡ ଭୋଟ୍ । ଅନ୍ୟପଟେ କଂଗ୍ରେସ ଖାତାକୁ ଯାଇଛି ମାତ୍ର ୯୮ ଖଣ୍ଡ ଭୋଟ୍ ।

ଟ୍ରେଣ୍ଡକୁ ଦେଖି ବିଜେଡ଼ି ସମର୍ଥକ ମାନେ ଉତ୍ସବ ମନାଇବା ଆରମ୍ଭ କରିଦେଲେଣି । କିଏ ଶଙ୍ଖ ଧ୍ୱନି କରୁଛି ତ ଆଉ କିଏ ନବୀନ ବାବୁଙ୍କୁ ଜୟ ଜୟକାର କରୁଛି । କେବଳ ଏକାଦଶ ରାଉଣ୍ଡରେ ହିଁ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ୨୩୧ ଭୋଟରେ ଆଗେଇଥିଲେ । ଅନ୍ୟ ସମସ୍ତ ରାଉଣ୍ଡରେ ବିଜେଡ଼ି ନିଜର ଦବଦବା ଜାହିର କରିଛି ।