୧୨ ରାଉଣ୍ଡରେ ବି ବିଜେଡି ଆଗୁଆ: ରାସ୍ତା ସଫା କରି ଆଗେଇ ଚାଲିଛନ୍ତି ସାବିତ୍ରୀ

265

କନକ ବ୍ୟୁରୋ : ଆସିଲା ୧୨ ରାଉଣ୍ଡର ଟ୍ରେଣ୍ଡିଂ । ୧୨ ତମ ରାଉଣ୍ଡରେ ପାଟକୁରାରେ ବିଜେଡି ଆଗୁଆ ରହିଛି । ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ ୧୬୧୪୪ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି । ୧୨ ରାଉଣ୍ଡ ସୁଦ୍ଧା ବିଜେଡିକୁ ମୋଟ ୬୯୬୯୬ ଖଣ୍ଡ ଭୋଟ ମିଳିଛି ।

ସେହିଭଳି ୨ୟରେ ରହିଛନ୍ତି ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରା । ୧୨ ତମ ରାଉଣ୍ଡରେ ବିଜୟଙ୍କୁ ୫୩୫୫୨ ଖଣ୍ଡ ଭୋଟ ମିଳିଛି । ତେବେ ୧୨ ରାଉଣ୍ଡରେ ସୁଦ୍ଧା ବହୁ ପଛରେ ପଡିଛି କଂଗ୍ରେସ । କଂଗ୍ରେସ ପ୍ରାର୍ଥୀଙ୍କୁ ମିଳିଛି ମାତ୍ର ୧୬୯୩ ଖଣ୍ଡ ଭୋଟ ।