ଭୁଷୁଡୁଛି ଲାଲଗଡ ! ରାଉରକେଲା ପୁଲିସ ନିକଟରେ ଆତ୍ମସମର୍ପଣ କଲେ ୩ ଜଣ ମାଓବାଦୀ

23

କନକ ବ୍ୟୁରୋ : ଭୁଷୁଡୁଛି ଲାଲଗଡ । ୩ ଜଣ ମାଓବାଦୀ ଆଜି ରାଉରକେଲା ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ସେମାନେ ହେଲେ କ୍ରିଷ୍ଣା, ସିଦ୍ଧାର୍ଥ ବେହେରା ଓରଫ ଭୀମ, ମହିଳା କ୍ୟାଡ଼ର ଫୁଲମୁଣ୍ଡା ଓରଫ ଗୁରୁବାରୀ । ଆତ୍ମସମର୍ପଣ କରିଥିବା ଏହି ୩ଜଣ ମାଓବାଦୀଙ୍କ ମଧ୍ୟରେ ଜଣେ ନାବାଳକ ଥିବା ଜଣାପଡ଼ିଛି । ଏମାନେ ଝାଡ଼ଖଣ୍ଡ ଅଂଚଳର ।

ଓଡ଼ିଶାର ସୁନ୍ଦରଗଡ, ସମ୍ବଲପୁର, ଅନୁଗୁଳ ଓ ବୌଦ୍ଧ ଜିଲ୍ଲାରେ ସକ୍ରିୟ ଥିଲେ । ଗତ ୨୦ ତାରିଖରେ ସୁନ୍ଦରଗଡ ଜିଲ୍ଲା ମହୁଲପଦା ଥାନା ଅନ୍ତର୍ଗତ ଜଙ୍ଗଲରେ ପୁଲିସ ସହ ଗୁଳିବିନିମୟ, ଅନୁଗୋଳ ସମ୍ବଲପୁର ଅଂଚଳରେ ପୋଲିସ ମାଓବାଦୀ ଗୁଳିବିନିମୟରେ ଏମାନେ ସାମିଲ ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ସିଦ୍ଧାର୍ଥକୁ ଧରିବା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ୫ଲକ୍ଷ ଟଙ୍କା ଏବଂ ଫୁଲମୁଣ୍ଡା ଓରଫ ଗୁରୁବାରୀକୁ ଧରିବା ପାଇଁ ଏକ ଲକ୍ଷ ଟଙ୍କା ଘୋଷଣା କରାଯାଇଥିଲା ।