ନିର୍ମାଣଧୀନ ଅବସ୍ଥାରେ ଭୁଷୁଡି ପଡିଲା ବ୍ରିଜ୍ : ଜଣେ ଗୁରୁତର ହୋଇପଡ଼ିଥିବା ବେଳେ ଦୁଇ ଜଣ ଆହତ

132

କନକ ବ୍ୟୁରୋ : ନିର୍ମାଣଧୀନ ଅବସ୍ଥାରେ ଭୁଷୁଡି ପଡିଲା ବ୍ରିଜ୍ । କାମ ଚାଲିଥିବା ବେଳେ ଜାତୀୟ ରାଜପଥ-୨୦ର କୁସେଇ ସେତୁ ହଠାତ୍ ଭାଙ୍ଗିପଡ଼ିଲା । ଘଟଣାସ୍ଥଳରେ ଜଣେ ଗୁରୁତର ହୋଇପଡ଼ିଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ଚିକତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଆଜି ସକାଳୁ ଶ୍ରମିକ ମାନେ କାମ କରୁଥିବା ବେଳେ ସେତୁର ଅଧାର ଅଧିକ ଭାଙ୍ଗ ଭାଙ୍ଗିପଡିଥିଲା । ତା ସହିତ ସଂଯୋଗ ହୋଇଥିବା ବିମ୍ ମଧ୍ୟ ତଳକୁ ଖସିପଡିଛି । ଘଟଣା ନେଇ ଅଧିକି ଛାନଭିନ୍ ଜାରି ରହିଛି । ସେତୁ ଭାଙ୍ଗିପଡିଥିବା ବେଳେ ଅନ୍ୟ କୌଣସି ଲୋକ ରହିଯାଇଛନ୍ତି କି ନାହିଁ ସେନେଇ ତଦନ୍ତ ଆରମ୍ଭ କରିଛି ଘଷିପୁରା ପୁଲିସ । ସେପଟେ କାମ ନେଇଥିବା ଠିକା ସଂସ୍ଥାର କାମ ନେଇ ଉଠିଛି ପ୍ରଶ୍ନ?