Daily Archives

April 22, 2024

ସାଂସଦ ମହେଶ ସାହୁ ଲଢିବେ ବିଧାନସଭା ନିର୍ବାଚନ: ବାଲିକୁଦା-ଏରସମା ଓ ବରୀରେ ନୂଆମୁହଁ

କନକ ବ୍ୟୁରୋ: ବିଜେଡି ଆଜି ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ୬ଟି ଆସନରୁ ୫ଟି ଆସନରେ ନୂଆମୁହଁ ଦେଇଛି ଶାସକ ଦଳ । ଏଥିମଧ୍ୟରୁ ୨ ବିଧାୟକଙ୍କ ପତ୍ନୀ ପ୍ରାର୍ଥୀ ହୋଇଛନ୍ତି । ପୂର୍ବରୁ ମୟୂରଭଞ୍ଜ ଲୋକସଭା ପାଇଁ ସାଂସଦ ପ୍ରାର୍ଥୀ ସୁଦାମ ମାରାଣ୍ଡି ହୋଇଥିବା ବେଳେ ଏବେ…

ପାଣି ପାଇଁ ହଟହଟା ଭୋଗରାଇ ଦେଉଳା ହାଟର ବ୍ୟବସାୟୀ । ଆନ୍ଦୋଳନକୁ ଓହ୍ଲାଇବାକୁ ଦେଲେ ଚେତାବନୀ ।

କନକ ବ୍ୟୁରୋ: ପିଇବା ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଲୋକେ । ଦିନେ କି ଦୁଇ ଦିନ ନୁହେଁ । ୮ ମାସ ହେଲା ପିଇବାପାଣି ପାଇଁ ଅସୁବିଧା ଭୋଗୁଛନ୍ତି ବାଲେଶ୍ୱର ବାଣିଜ୍ୟ କେନ୍ଦ୍ର ଭୋଗରାଇ ବ୍ଲକ ଦେଉଳା ହାଟର ୧ ହଜାରରୁ ଅଧିକ ବ୍ୟବସାୟୀ । ପାଣି ସମସ୍ୟା ନେଇ ଅଭିଯୋଗ କରିଥିଲେ । ହେଲେ ବସୁଧା…

ଚୈତ୍ରମାସର ମୁଣ୍ଡଫଟା ଖରାରେ ଜଳିପୋଡି ଯାଉଛି ସୁନାର ଫସଲ । ଉଜୁଡା କ୍ଷେତକୁ ଦେଖି ଚାଷୀ ଆଖିରୁ ଗଡୁଛି ଲୁହ ।

କନକ ବ୍ୟୁରୋ: ଚୈତ୍ରମାସର ମୁଣ୍ଡଫଟା ଖରାରେ ଜଳିପୋଡି ଯାଉଛି ସୁନାର ଫସଲ । ଯେଉଁ ପନିପରିବାର ଚାଷୀ ପରିବାରର ପେଟ ପୋଶିଥାନ୍ତା, ସେହି ଫସଲକୁ ଦେଖି ଚାଷୀ ଆଖିରୁ ଲୁହ ଝରୁଛି । ତଅଁଳା ନଦୀ ଦିନେ ୨୨ ମଉଜା ଚାଷୀଙ୍କ ପାଇଁ ଲକ୍ଷ୍ମୀ ସାଆନ୍ତାଣି ପାଲଟିଥିଲା । ଏବେ କିନ୍ତୁ ଅଭିଶପ୍ତ ପାଲଟିଛି ।…

  ପ୍ରଚାର ବେଳେ ତଳେ ପଡିଗଲେ ପୁରୀ ବିଜେଡି ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକ । ପ୍ରଚଣ୍ଡ ଖରା ଯୋଗୁଁ ହୋଇଥିଲେ ଅସୁସ୍ଥ…

କନକ ବ୍ୟୁରୋ: ଅସୁସ୍ଥ ହୋଇପଡିଥିବା ପୁରୀ ବିଜେଡି ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ ଏବେ ସୁସ୍ଥ । କିଛି ଘଣ୍ଟା ତଳେ ପିପିଲି ନିକଟରେ ପ୍ରଚାର କରୁଥିଲେ । ଏହି ସମୟରେ ମୁଣ୍ଡ ବୁଲାଇ ଦେଇଥିଲା । ପରେ ରାଲିରୁ ବିରତି ନେଇଥିଲେ । ଏବେ ସେ ସୁସ୍ଥ ଅଛନ୍ତି । ଆଉ କିଛି ସମୟ ପରେ ଦଳୀୟ ପ୍ରଚାରରେ…

ଅର୍କକ୍ଷେତ୍ରରେ ପାଣି ପାଇଁ ହଟହଟା । ଟାଣ ଖରାରେ ମିଳୁନି ପିଇବା ପାଣି । କୋଣାର୍କ ସୂର୍ଯ୍ୟମନ୍ଦିର ବୁଲିବାକୁ ଆସି…

କନକ ବ୍ୟୁରୋ: ପ୍ରବଳ ଖରାରେ କୋଣାର୍କ ବୁଲି ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ପାଣି ଅଡୁଆ । ପାଖରେ ଥିବା ପାଣି ସରିଗଲେ ବଢୁଛି ସମସ୍ୟା । ଶୋଷ ମେଂଟାଇବା ପାଇଁ ମିଳୁନି ପାଣିି । ସୂର୍ଯ୍ୟମନ୍ଦିରରେ ପିଇବା ପାଣି ପାଇଁ ହାହାକାର ସ୍ଥିତି ଉପୁଜିଛି । ପ୍ରଚଣ୍ଡ ଖରାରେ ନାହିଁ ନଥିବା ଅସୁବିଧାର…

ନୀଳଗିରି ବିଧାୟକ ପ୍ରାର୍ଥୀ ଘୋଷଣା କରିନାହାନ୍ତି ତିନି ଦଳ । ଗୋଟିଏ ଲେଖାଏଁ ଆସନକୁ ଏକାଧିକ ଆଶାୟୀ, ବଢୁଛି ଦ୍ୱନ୍ଦ୍ୱ…

କନକ ବ୍ୟୁରୋ:ଦିନ ଗଡିବା ସହିତ ନୀଳଗିରି ରାଜନୀତି ଦିନକୁଦିନ ରୋଚକ ମୋଡ ନେବାରେ ଲାଗିଛି। ଛିଡୁ ନାହିଁ ଅଙ୍କ ମିଳୁନି ଟିକଟ । ଦ୍ୱନ୍ଦରେ ରହିଛନ୍ତି ଉଭୟ ନେତା ଓ ଜନତା। ଝୁଲନ୍ତା ଅବସ୍ଥାରେ ରହିଛି ନୀଳଗିରି ଆସନ। ବାଲେଶ୍ୱର ଲୋକସଭା ଅଧିନସ୍ଥ ନୀଳଗିରି ବିଧାନସଭା ନିର୍ବାଚନ ମଣ୍ଡଳିର…