ଦେଶରେ ଲାଗୁ ହେଲା ଆଣ୍ଟି ପେପର ଲିକ୍ ଆଇନ୍ : ଦୋଷୀ ସାବ୍ୟସ୍ତ ହେଲେ ମିଳିବ କଠୋର ଦଣ୍ଡ ।

242

କନକ ବ୍ୟୁରୋ: କେନ୍ଦ୍ର ସରକାର ଜାରି କଲେ ପରୀକ୍ଷା ଆଇନ୍, ୨୦୨୪ ଅଧିସୂଚନା ଆଇନ୍ । ଯେ କୌଣସି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷାର ପ୍ରଶ୍ନପତ୍ର ଲିକକୁ ରୋକିବାକୁ ଲାଗୁ ହେଲା ଆଣ୍ଟି ପେପର ଲିକ୍ ଆଇନ୍ । ଏହାକୁ ସଂସଦରେ ପେବୃଆରୀଠାରୁ ପାରିତ କରାଯାଇଥିବାବେଳେ ଏବେ ଲାଗୁ କରାଗଲା । ଜାଣନ୍ତୁ ସମ୍ୟକରେ ଏହି ଆଇନ ବିଷୟରେ ।

ଦେଶରେ ଲାଗୁ ହେଲା ଆଣ୍ଟି ପେପର ଲିକ୍ ଆଇନ୍
କୌଣସି ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ କଲେ ୫ ବର୍ଷ ଜେଲ ଦଣ୍ଡ
ପ୍ରଶ୍ନପତ୍ର ଲିକ୍ ଓ ନକଲ କଲେ କଠୋର କାର୍ଯ୍ୟାନୁଷ୍ଠାନ
୧୦ ବର୍ଷ ଯାଏଁ ଜେଲ ଦଣ୍ଡ ମିଳିପାରେ
ଦେବାକୁ ପଡିବ ୧ କୋଟି ଟଙ୍କା ଲେଖାଏଁ ଜରିମାନା
ଦୋଷୀ ସାବ୍ୟସ୍ତ ବ୍ୟକ୍ତିକୁ ସର୍ବନିମ୍ନ ୩ ବର୍ଷ ଜେଲ ଦଣ୍ଡ ହୋଇପାରେ
ଏହି ଆଇନ ଅନୁସାରେ ସମସ୍ତ ଅପରାଧୀଙ୍କୁ ଜାମିନ ମିଳିବା କଷ୍ଟକର ହେବ । ଦୋଷ ଅନୁସାରେ ଦଣ୍ଡ ବିଧାନ କରାଯିବ ।